Report Card Odisha

| Daily Odia News

ରାମଗିରି ଜଙ୍ଗଲରେ ଗୁଳି ବିନିମୟ, ୨ ମୃତ୍ୟୁ…..

ରିପୋର୍ଟ କାର୍ଡ / କୋରାପୁଟ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ରାମଗିରି ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି | ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଗୁଳି ବିନିମୟରେ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି ନା ନକ୍ସଲ ପ୍ରାଣ ହରାଇଛନ୍ତି ତାହା ଜଣାପଡ଼ି ନାହିଁ। ରାମଗିରି ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ଏସ୍‌ଓଜି ଯବାନ କୌଣସି ସୁତ୍ରରୁ ଖବର ପାଇଥିଲେ। ଗତକାଲି ରାତିରେ ଏସ୍‌ଓଜି ଯବାନ ଜଙ୍ଗଲରେ କୁମ୍ବିଂ ଅପେରସନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ସର୍ଚ୍ଚ ଅପରେସନ ଚାଲିବା ପରେ ରାତିରେ ଏସ୍‌ଓଜି ଯବାନ-ନକ୍ସଲ ମୁହାଁମୁହିଁ ହୋଇଥିଲେ। ଏପରିକି ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଗୁଳି ବିନିମୟ ଚାଲିଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁଳି ବିନିମୟରେ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି ନା ନକ୍ସଲ ପ୍ରାଣ ହରାଇଛନ୍ତି କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି। ଏବେ ବି ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିୟ ଜାରି ରହିଛି।

Breaking News