ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିରୁପତି ମନ୍ଦରରେ ଲଡୁରେ ମିଶ୍ରଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି କି ପ୍ରସାଦକୁ ନେଇ ହିନ୍ଦୁମାନଙ୍କର ଗଭୀର ଆସ୍ଥା ଥାଏ। ହେଲେ ଏହି ମିଶ୍ରଣ ଖବର ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଚିନ୍ତା ଉପୁଜାଇଛି। ସେ ଆହୁରି ବି କହିଛନ୍ତି କି ‘‘ମୁଁ କାଶୀ ବିଶ୍ବନାଥ ମନ୍ଦିରର ଦର୍ଶନ କରିପାରିଲିନି। ମାତ୍ର ମୋର କିଛି ସହଯୋଗୀ ମନ୍ଦିର ଯାଇଥିଲେ ଓ ସେମାନେ ଆଣି ମୋତେ ପ୍ରସାଦ ଦେଲେ। ସେହି ସମୟରେ ମୋତେ ତିରୁପତି ମନ୍ଦିରର ମିଶ୍ରଣ କଥା ମନେ ପଡ଼ିଗଲା। ମୋ ମନରେ ଭୟ ଖେଳିଗଲା ଯେ ଏପରି ସମସ୍ୟା କେବଳ ଗୋଟାଏ ମନ୍ଦିରରେ ସୀମିତ ହୋଇପାରେନା। ଅନ୍ୟ ମନ୍ଦିରରେ ବି ହୋଇଥାଇପାରେ।’’ କୋବିନ୍ଦ ଏହି ମିଶ୍ରଣକୁ ନେଇ ଆହୁରି ବି କହିଛନ୍ତି ଯେ ‘‘ମିଶ୍ରଣ ତ ପାପ କାମ। ହିନ୍ଦୁ ଶାସ୍ତ୍ରରେ ବି ଏହାକୁ ପାପ ବୋଲି ଉଲ୍ଲେଖ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ଏକ ଆସ୍ଥାର କଥା। ଏଥିରେ ମିଶ୍ରଣ କରିବା ଏକ ନିନ୍ଦନୀୟ କଥା।’’ସେହିପରି ବିଜେପି ନେତା ଓ କେନ୍ଦ୍ର ମନ୍ତ୍ରୀ ଶୋଭା କନ୍ଦରଲାଜେ ମଧ୍ୟ ତିରୁପତି ମନ୍ଦିର ସହ ଜଡ଼ିତ ବିବାଦକୁ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କଠାରୁ ତଦନ୍ତ ଦାବି କରିଛନ୍ତି। ସେ ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ କରି କହିଛନ୍ତି କି ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ସରକାରଙ୍କୁ ଏକ ବିଶେଷ ଟିମ୍ ଗଠନ କରିବା ଉଚିତ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..