ରିପୋର୍ଟ କାର୍ଡ / ରାଉରକେଲା
ରାଉରକେଲାରୁ ରାଜ୍ୟ ବାହାରକୁ ଯିବା ବାଟରେ ଟ୍ରକ ଗାଏବ। ଅଧା ବାଟରୁ ଗାଡ଼ି ସହ ଡ୍ରାଇଭର ନିଖୋଜ ହୋଇଯାଉଥିବା ଅଭିଯୋଗ ହୋଇଛି | ରାଉରକେଲାରୁ ଝାଡ଼ଖଣ୍ଡ ରାସ୍ତା ଦେଇ ଉତ୍ତରପ୍ରଦେଶ, ଦିଲ୍ଲୀ, ହରିଆଣା ଯିବା ବାଟରେ ଏମିତି ଘଟଣା ସାମନାକୁ ଆସୁଛି। ଗାଡ଼ି ସହ ଡ୍ରାଇଭ ଓ ହେଲପରଙ୍କ ପତ୍ତା ମିଳୁ ନଥିବା ଅଭିଯୋଗ ହୋଇଛି। ଏନେଇ ବ୍ରାହ୍ମଣୀତରଙ୍ଗ ଥାନାରେ ମାମଲା ରୁଜୁ ପରେ ଖୋଳତାଡ଼ କରୁଛି ପୋଲିସ । ଏନେଇ ରାଉରକେଲା ଏସପି କହିଛନ୍ତି, ଦୁଇଟି ଟ୍ରକ ନିଖୋଜ ନେଇ ରିପୋର୍ଟ ହୋଇଛି। ଏଦିଗରେ ତଦନ୍ତ ଚାଲିଥିବା ନେଇ ଏସପି ସୂଚନା ଦେଇଛନ୍ତି ।






More Stories
ଯିଏ ଶୃଙ୍ଖଳା ଭାଙ୍ଗିବ କାର୍ଯ୍ୟାନୁଷ୍ଠାନ……
ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ…..
ସକାଳୁଆ ସ୍କୁଲ…..