Report Card Odisha

| Daily Odia News

ରାସ୍ତାରୁ ଗାଏବ ହୋଇଯାଉଛି ଟ୍ରକ…..

ରିପୋର୍ଟ କାର୍ଡ / ରାଉରକେଲା

ରାଉରକେଲାରୁ ରାଜ୍ୟ ବାହାରକୁ ଯିବା ବାଟରେ ଟ୍ରକ ଗାଏବ। ଅଧା ବାଟରୁ ଗାଡ଼ି ସହ ଡ୍ରାଇଭର ନିଖୋଜ ହୋଇଯାଉଥିବା ଅଭିଯୋଗ ହୋଇଛି | ରାଉରକେଲାରୁ ଝାଡ଼ଖଣ୍ଡ ରାସ୍ତା ଦେଇ ଉତ୍ତରପ୍ରଦେଶ, ଦିଲ୍ଲୀ, ହରିଆଣା ଯିବା ବାଟରେ ଏମିତି ଘଟଣା ସାମନାକୁ ଆସୁଛି। ଗାଡ଼ି ସହ ଡ୍ରାଇଭ ଓ ହେଲପରଙ୍କ ପତ୍ତା ମିଳୁ ନଥିବା ଅଭିଯୋଗ ହୋଇଛି। ଏନେଇ ବ୍ରାହ୍ମଣୀତରଙ୍ଗ ଥାନାରେ ମାମଲା ରୁଜୁ ପରେ ଖୋଳତାଡ଼ କରୁଛି ପୋଲିସ । ଏନେଇ ରାଉରକେଲା ଏସପି କହିଛନ୍ତି, ଦୁଇଟି ଟ୍ରକ ନିଖୋଜ ନେଇ ରିପୋର୍ଟ ହୋଇଛି। ଏଦିଗରେ ତଦନ୍ତ ଚାଲିଥିବା ନେଇ ଏସପି ସୂଚନା ଦେଇଛନ୍ତି ।

Breaking News