Report Card Odisha

| Daily Odia News

ପ୍ରେମ ବାହାନାରେ ନାବାଳିକାକୁ ଦୁଷ୍କର୍ମ…..

ରିପୋର୍ଟ କାର୍ଡ / ଜୟପୁର

ନାବାଳିକାକୁ ନିଜ ପ୍ରେମଜାଲରେ ଫସାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜୟପୁର ସଦରଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଜୟପୁର ସଦରଥାନା ଅର୍ନ୍ତଗତ କଙ୍ଗା ପଂଚାୟତର ଖୁଟୁଗୁଡା ଗାଁର ସଦାଶିବ ଗୌଡ଼ଙ୍କ ପୁଅ ଭଗତରାମ ଗୌଡ଼ ସଦରଥାନା ଅଂଚଳର ଜୈନେକା ନାବାଳିକାଙ୍କ ସହ ପ୍ରେମ ସଂପର୍କ ସ୍ଥାପନ କରି ଡରାଇ ଧମକାଇ ଦୁଷ୍କର୍ମ କରିଥିଲା। ଏସଂପର୍କରେ ନାବାଳିକାଙ୍କ ପରିବାରବର୍ଗ ଜାଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଜଣକ ଘଟଣା ପରେ ଫେରାର ହୋଇଯାଇଥିଲା। ସଦରଥାନା ଆଇଆଇସି ଈଶ୍ବର ତାଣ୍ଡି ଘଟଣାର ତଦନ୍ତ କରି ଅଭିଯୁକ୍ତ ଭଗତରାମଙ୍କ ନାଁରେ ଦଫା ୩୬୩, ୩୭୬(୩)/୫୦୬ ଆଇପିସି ସହ ୪(୨) ପକ୍ସୋ ଆକ୍ଟରେ ମାମଲା ରୁଜୁ କରିଥିଲେ। ପୁଲିସ ଅଭିଯୁକ୍ତ ଭରତରାମକୁ ଖୁଟୁଗୁଡ଼ାରୁ ଗିରଫ କରି ଡାକ୍ତରୀ ମାଇନା କରିବା ସହ କୋର୍ଟ ଚାଲାଣ କରିଛି।

Breaking News