Report Card Odisha

| Daily Odia News

ବ୍ୟାନ୍ ହେଲା ପ୍ଲାଷ୍ଟିକ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ଲାଷ୍ଟିକ୍ ଜିନିଷର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ନିଷେଧ ହେବ । ଜୁଲାଇ ୧ରୁ ସାଧାରଣ ଜନତାଙ୍କ ପାଇଁ ପ୍ଲାଷ୍ଟିକ୍ ବ୍ୟାନ୍ କରାଯାଇ ଥିବା ବେଳେ ପ୍ରଥମେ ସରକାରୀ ଅଫିସରେ ଏହି କଟକଣା ଲାଗୁକର ଯିବା | ଏଥିପାଇଁ ବିହାର ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ଆମୀର ସୁବାନୀ । ଏହାକୁ ଦୃଷ୍ଟିରେ ରଖି ନଗର ନିର୍ମାଣ ବିଭାଗ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶର ୧୦୦% ପାଳନ ପାଇଁ ନିର୍ଦ୍ଦେଶନାମା ଜାରି କରିଛି । ଅନ୍ୟ ବିଭାଗରେ ମଧ୍ୟ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଚିଠି ଅନୁଯାୟୀ ବର୍ତ୍ତମାନ କୌଣସି ସରକାରୀ କାର୍ଯ୍ୟାଳୟର ବୈଠକରେ ପ୍ଲାଷ୍ଟିକ ବୋତଲରୁ ପାଣି ବ୍ୟବହାର କରାଯିବ ନାହିଁ । ଏଥିପାଇଁ କାଚ କିମ୍ବା ଅନ୍ୟ ଧାତୁରେ ନିର୍ମିତ କ୍ଲାସ ରଖିବାକୁ କୁହାଯାଇଛି । ଏହା ସହ କର୍ମଚାରୀ ଏବଂ ପରିଦର୍ଶକଙ୍କୁ ଶୁଦ୍ଧ ଜଳ ଦେବା ପାଇଁ କାର୍ଯ୍ୟାଳୟରେ ୱାଟର ପ୍ୟୁରିଫାୟର୍ସ ଲଗାଇବାକୁ କୁହାଯାଇଛି । ଏହା ବ୍ୟତୀତ ବୈଠକରେ ଏଲ ଫୋଲ୍ଡର ଭାବରେ ଜଣାଶୁଣା ପ୍ଲାଷ୍ଟିକ୍ ବ୍ୟାଗଗୁଡିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହା ପରିବର୍ତ୍ତେ କାଗଜରେ ନିର୍ମିତ ଏକ ଫୋଲ୍ଡର ବ୍ୟବହାର କରିବାକୁ କୁାହାଯାଇଛି । ଯଦି ବ୍ୟାଗଗୁଡ଼ିକ ଆବଶ୍ୟକ ହୁଏ, ତେବେ କପଡା ବ୍ୟାଗ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି ।

Breaking News