ରିପୋର୍ଟ କାର୍ଡ / ବାଲେଶ୍ଵର
ଜଣେ ତୃତୀୟ ଶ୍ରେଣୀ ନାବାଳିକାଙ୍କୁ ଦଶମ ଶ୍ରେଣୀ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ନଦିଗାଁ ଅଞ୍ଚଳର ଜଣେ ନାବାଳିକା ଖେଳୁଥିବା ବେଳେ ସେହି ଅଞ୍ଚଳର ଜଣେ ନାବାଳକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ ପରେ ସୋର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଉଭୟଙ୍କ ଡାକ୍ତରୀମାଇନା କରିବା ପରେ ନାବାଳକ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପରେ ଅନୁଗୋଳରେ ଥିବା ସୁଧାରଗୃହକୁ ପଠାଇଥିବା ସୂଚନା ମିଳିଛି ।






More Stories
ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ……
ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ…..
ରାଜଧାନୀରେ ଲଜ୍ଜ୍ୟା…..