ରିପୋର୍ଟ କାର୍ଡ / ପାରାଦୀପ
ଆଶାକର୍ମୀଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପାରାଦୀପରୁ ଆସିଛି ଏଭଳି ଲଜ୍ଜାଜନକ ଘଟଣା । ଏନେଇ ପାରାଦୀପ ଥାନାରେ ୪ ଜଣଙ୍କ ନାଁରେ ପୀଡ଼ିତା ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ, କାଲି ନୂଆ ବଜାର ଅଞ୍ଚଳରେ ସାଇକେଲରେ ଯିବା ବେଳେ ଆଶାକର୍ମୀଙ୍କୁ ଉଠାଇନେଇଥିଲେ ଦୁର୍ବୃତ୍ତ । ଏକ କାରରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇ ନେହରୁ ବଙ୍ଗଳା ଅଞ୍ଚଳରେ ଗଣଦୁଷ୍କର୍ମ କରିଥିଲେ | ଏହାପରେ ଛାଡ଼ିଦେଇ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ । ଅଭିଯୋଗ ପରେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..