Report Card Odisha

| Daily Odia News

ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜଧାନୀ ଭୁବନେଶ୍ୱରରେ ସହକାରୀ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ସହକାରୀ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଛି । ମହିଳା ପ୍ରଫେସରଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡିଛି । ସେ ଥାନାରେ ଏନେଇ ପ୍ରାଥମିକ ଏତଲା କରିଛନ୍ତି । ମହିଳାଙ୍କୁ ଦୁଷ୍କର୍ମ ସହ ବ୍ଲାକମେଲିଂ କରି ଅଭିଯୁକ୍ତ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଛତିଶଗଡ଼ର କବୀରନଗର ଥାନାରେ ମହିଳା ପ୍ରଫେସର ଅଭିଯୋଗ କରିଛନ୍ତି । ଛତିଶଗଡ଼ ପୋଲିସର ନିର୍ଦ୍ଦେଶରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ଖଣ୍ଡଗିରି ଥାନାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଛି । ତେବେ ନିଶା ଦେଇ ସହକାରୀ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବ୍ଲାକମେଲ କରି ୨ ଲକ୍ଷ ଟଙ୍କା ନେଇଛି ଅଭିଯୁକ୍ତ । ସପ୍ତାହେ ଧରି ଦୁଷ୍କର୍ମ ପରେ ଟଙ୍କା ମାଗି ବ୍ଲାକମେଲିଂ କରୁଥିଲା । ଏନେଇ ମାମଲା ରୁଜୁ ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରିରଖିଛି |

Breaking News