ରିପୋର୍ଟ କାର୍ଡ / କରଞ୍ଜିଆ
୭ବର୍ଷୀୟ ନାବାଳିକାଙ୍କୁ ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ। ପୋଲିସ ଅଭିଯୁକ୍ତ ବୃଦ୍ଧକୁ ଅଟକ ରଖି ପଚରାଉଚରା କରୁଛି। ବୃଦ୍ଧ ଜଣଙ୍କ ନାବାଳିକାଙ୍କ ଗାଁର ଲୋକ ହୋଇଥିବା ଜଣାଯାଇଛି। ନାବାଳିକାଙ୍କ ବାପାମା’ ଶ୍ରମିକ ଭାବେ କାମ କରନ୍ତି। ସେମାନେ ଝିଅକୁ ଘରେ ଏକୁଟିଆ ଛାଡ଼ି ଦେଇ କାମକୁ ଯାଇଥାନ୍ତି। ଏହାର ସୁଯୋଗ ନେଇ ଗାଁର ଜଣେ ୬୦ ବର୍ଷୀୟ ବ୍ୟକ୍ତି ନାବାଳିକାଙ୍କ ଘରକୁ ଯାଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତକାଲି ବାପାମା’ କାମରୁ ଫେରିବା ପରେ ଝିଅ ଘଟଣା ସମ୍ପର୍କରେ ଜଣାଇଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକେ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଗତକାଲି ରାତିରେ ନାବାଳିକାର ଡାକ୍ତରୀମାଇନା କରିଥିବା ଜଣାଯାଇଛି।






More Stories
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..
ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର….