Report Card Odisha

| Daily Odia News

ରଥଯାତ୍ରା ପାଇଁ ମୁତୟନ ହେବେ ୧୮୦ପ୍ଲାଟୁନ୍‌ ପୋଲିସ ଫୋର୍ସ…..

ରିପୋର୍ଟ କାର୍ଡ / ପୁରୀ

ଶାନ୍ତିଶୃଙ୍ଖଳା ସହ କିଭଳି ରଥଯାତ୍ରା ଅନୁଷ୍ଠିତ ହେବ ସେନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଆଜି ବୈଠକରେ ଆଲୋଚନା ହୋଇଛି କି ରଥ ଯାତ୍ରା ପାଇଁ ୧୮୦ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ | ଏନେଇ ବୋଲି ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି। ସେହିପରି ଟ୍ରାଫିକ ନିୟମ ପାଳନ କରିବାକୁ ପୁରୀ ତଥା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଡିଜିପି ଅନୁରୋଧ କରିଛନ୍ତି। ଏହା ସହ ସମୁଦ୍ର ତଟ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି |  ସେହିପରି ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଭିଆଇପିଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ବଛା ବଛା ୧୦୦୦ ଅଧିକାରୀ ମୁତୟନ ହେବେ। ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ସ୍ବତନ୍ତ୍ର ଟ୍ରାଫିକ୍ ମୋବିଲିଟି ପ୍ଲାନ୍ ହୋଇଛି। ବଡଦାଣ୍ଡ ସହ ପୁରୀ ସହରକୁ ୧୦ଟି ଜୋନ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି। କଣ୍ଟ୍ରୋଲ ରୁମ୍ ସହର ଭିତରେ ଦୁଇଟି ଓ ସହର ବାହାରେ ଗୋଟିଏ ଭାଗରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ସହର ଭିତରେ ଓ ବାହାରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହ ଖୁବଶୀଘ୍ର ରୁଟ୍ ଚାର୍ଟ ପ୍ରସ୍ତୁତ ହେବ। ଭୁବନେଶ୍ବର ଆଡୁ ଆସୁଥିବା ରାଜ୍ୟ ବାହାର ବସ୍‌ଗୁଡିକ ମାଳତୀପାଟପୁର ବସ୍ ଟର୍ମିନାଲରେ, ଆନ୍ତଃ ରାଜ୍ୟ ବସ୍ ଗୁଡିକ ତାଳବଣିଆ ଓ ଉଦ୍ୟାନ ବିଭାଗ ଫାର୍ମରେ, ଚାରିଚକିଆ ଗାଡି ଗୁଡିକ ତାଳବଣିଆ ଓ ସହରର ତିନୋଟି ସ୍ଥାନରେ, ଦୁଇ ଚକିଆ ଗାଡ଼ି ଗୁଡିକ ସହର ଭିତରେ ହୋଇଥିବା ପାର୍କିଂ ସ୍ଥାନରେ ପାର୍କିଂ କରିବେ। କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ ବ୍ୟବସ୍ଥାର ନିୟନ୍ତ୍ରଣ କରାଯିବ। ନବଯୌବନ ଦର୍ଶନ ଓ ରଥଯାତ୍ରା, ସନ୍ଧ୍ୟା ଦର୍ଶନ ଓ ବାହୁଡା ଯାତ୍ରା, ସୁନାବେଶ ଓ ରଥର ଅନ୍ୟ ଦିନ ସହ ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥା ଦାୟିତ୍ବରେ ଥିବା ଅମିତାଭ ଠାକୁର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି।

 

Breaking News