ରିପୋର୍ଟ କାର୍ଡ / ଅନୁଗୁଳ
ପୋଲିସକୁ ସମସ୍ତେ ସୁରକ୍ଷାର ମାଇଲ ଖୁଣ୍ଟ ମଣୁଥିବା ବେଳେ ତାହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି | ପୋଲିସର ଦୁର୍ବ୍ୟବହାର ଶିକାର ହେଉଛନ୍ତି ଲୋକେ | ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ପୋଲିସ ଫାଇଦା ଉଠାଉଛି | ମହିଳାଙ୍କୁ ଦୁର୍ବ୍ୟବହାର କରି ବନ୍ଧା ହୋଇଛନ୍ତି ସବ୍-ଇନ୍ସପେକ୍ଟର | ରାତିରେ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ତାଳଚେର ପୋଲିସ୍ ଜଣେ ସବ୍-ଇନ୍ସପେକ୍ଟରଙ୍କୁ ଗିରଫ କରିଛି। ଗିରଫ ପୋଲିସ୍ ବାବୁ ଜଣକ ହେଲେ ବଅଁରପାଳ ଥାନାର ସବ୍-ଇନସପେକ୍ଟର ନୀଳମଣି ମହାନ୍ତି। ସୂଚନା ଅନୁସାରେ, ନୀଳମଣି ମହାନ୍ତି ସେନା ବାହିନୀରୁ ଅବସର ନେବା ପରେ ପୋଲିସ୍ ବିଭାଗରେ contractualରେ ନିଯୁକ୍ତି ପାଇଥିଲେ। ତାଙ୍କୁ ହାଇୱେ ପାଟ୍ରୋଲିଂ ଦାୟିତ୍ୱ ଦିଆଯାଇଥିଲା। କିଛିଦିନ ପୂର୍ବେ ପାଟ୍ରୋଲିଂରେ ଥିବାବେଳେ ରାତି ପ୍ରାୟ ସାଢ଼େ ୩ଟା ବେଳେ ତାଳଚେର ଥାନା ଅନ୍ତର୍ଗତ ଅଙ୍ଗାରୁଆ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରର କବାଟ ବାଡ଼େଇ ଘର ଭିତରେ ପଶିଥିଲେ। ଏପରିକି ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଘଟଣାକୁ ନେଇ ସମ୍ପୃକ୍ତ ମହିଳା ଥାନାରେ ଅଭିଯୋଗ କରିବା ପରେ ତାଳଚେର ପୋଲିସ ନୀଳମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ପୋଲିସ୍ ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି। ଆଇନ ଶୃଙ୍ଖଳାରେ ଥିବା ପୋଲିସର ଏଭଳି ବ୍ୟାହର ଅତ୍ୟନ୍ତ ନିନ୍ଦନୀୟ ଅଟ |






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..