ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାବୁଲ ବିମାନବନ୍ଦର ବାହାରେ ହୋଇଥିବା ବଡଧରଣର ଆତ୍ମଘାତୀ ବିସ୍ଫୋରଣରେ ୭୦ ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ମୃତକଙ୍କ ମଧ୍ୟରେ ଅନେକ ଆମେରିକୀୟ ସୈନ୍ୟ ରହିଛନ୍ତି ବିସ୍ଫୋରଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ଜୋ ବାଇଡେନ ହ୍ୱାଇଟ ହାଉସରୁ ଏକ ସମ୍ବୋଧନରେ ଜୋ ବାଇଡେନ କହିଛନ୍ତି, ଆମେ ଆତଙ୍କବାଦୀଙ୍କୁ ଛାଡ଼ିବୁ ନାହିଁ । ସେମାନଙ୍କୁ ଖୋଜି ଖୋଜି ମାରିବୁ । କାବୁଲ ଆକ୍ରମଣକାରୀଙ୍କୁ ଚେତାବନୀ ଦେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ଆତଙ୍କବାଦୀଙ୍କୁ ସହଜରେ ଛାଡ଼ିବୁ ନାହିଁ । ସେମାନେ କରିଥିବାର କାଣ୍ଡର ଉଚିତ ଜବାବ ଦେବୁ । ଆମେ ଆଫଗାନିସ୍ତାନରୁ ଆମେରିକୀୟ ନାଗରିକଙ୍କୁ ଉଦ୍ଧାର କରିବୁ । ଆମେ ଆମର ସହଯୋଗୀଙ୍କୁ ବାହାର କରିବୁ । ଆମର ମିଶନ ଜାରି ରହିବ ବୋଲି ବାଇଡେନ ନିଜର ସମ୍ବୋଧନରେ କହିଛନ୍ତି । ଆହୁରି ମଧ୍ୟ ବିସ୍ଫୋରଣ ନେଇ ବାଇଡେନ କହିଛନ୍ତି ଯେ, ତାଲିବାନ ଏବଂ ଇସଲାମିକ ଷ୍ଟେଟ ମଧ୍ୟରେ ବୁଝାମଣା ମାଧ୍ୟରେ ବିସ୍ଫୋରଣ ହୋଇଥିବାର କୌଣସି ପ୍ରମାଣ ନାହିଁ । ବିସ୍ଫୋରଣ ପୂର୍ବରୁ ବାଇଡେନ ସତର୍କ ନେଇ ଚେତାବନୀ ଦେଇଥିଲେ । ଗତ ଅଗଷ୍ଟ ୨୦ ତାରିଖରେ ସେ କହିଥିଲେ ଯେ, କାବୁଲ ବିମାନବନ୍ଦର ନିକଟରେ କୌଣସି ପ୍ରକାରର ସମ୍ଭାବିତ ଆତଙ୍କବାଦୀ ଘଟଣା ଉପରେ ଆମେ ନଜର ରଖିଛୁ ।
Discussion about this post