ରିପୋର୍ଟ କାର୍ଡ / ପୁରୀ
ଜାନୁଆରୀ ଶେଷ ସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ଗଣତି ମଣତି। ରତ୍ନ ଭଣ୍ଡାର ମରାମତି ସହ ଅଳଙ୍କାର ଗଣତିମଣିତି କାମ ମଧ୍ୟ ଶେଷ ହେବ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। କାର୍ତ୍ତିକ ମାସରେ ହବିଷ୍ୟାଳୀ ଏବଂ ଭକ୍ତଙ୍କର ପ୍ରବଳ ଭିଡ ଯୋଗୁଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇନଥିଲା। କିନ୍ତୁ ଏବେ କାର୍ତ୍ତିକ ମାସ ଶେଷ ହୋଇଯାଇଛି। ତେଣୁ ଏଏସଆଇ ପକ୍ଷରୁ ବର୍ତ୍ତମାନ ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।






More Stories
ଡାକ୍ତର ଆନ୍ଦୋଳନ ସ୍ଥଗିତ…..
ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ……