ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ମିଳିଛି ପୁରାତନ କାଳର ବା ରାଜ ରାଜୁଡ଼ା ସମୟର ଯୁଦ୍ଧ ସାମଗ୍ରୀ। ତେବେ ଏହି ସାମଗ୍ରୀ ଗୁଡ଼ିକ କେଉଁ ଧାତୁରେ ତିଆରି ହୋଇଛି ତାହା ଜଣାପଡ଼ି ନାହିଁ। ସେଗୁଡ଼ିକ କଳା ପଡ଼ିଯାଇଥିବାରୁ ତାହା କେଉଁ ଧାତୁରେ ନିର୍ମିତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ। ଗୁରୁବାର ପୂର୍ବାହ୍ନରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ଜଷ୍ଟିସ ରଥଙ୍କ ସମେତ ୧୧ ଜଣିଆ ଟିମ ଭିତର ରତ୍ନଭଣ୍ଡାରରେ ପ୍ରବେଶ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହିତ ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ମହାପ୍ରଭୁଙ୍କ ଖଟଶେଯ ଘରକୁ ସ୍ଥାନାନ୍ତର କରାଯାଇଥିଲା। ସିସିଟିଭି କ୍ୟାମେରା ନଜରରେ ଅଳଙ୍କାର ସବୁ ରଖାଯାଇଥିବା ସୂଚନା ଦିଆଯାଇଛି।






More Stories
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..