ରିପୋର୍ଟ କାର୍ଡ / ପୁରୀ
ଆଜି ପୁଣି ଖୋଲିିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବା ନେଇ ସୂଚନା ରହିଛି। ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଆଧୁନିକ ସରଞ୍ଜାମ ସହ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ଓଡ୍ରାଫ୍ ଟିମ୍। ତାଙ୍କ ସହ ସ୍ନେକ୍ ହେଲ୍ପଲାଇନ୍ ଟିମ୍ ମଧ୍ୟ ଉପସ୍ଥିତ ରହିଛନ୍ତି। ଏସଓପି ମୂତାବକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ନେତୃତ୍ବରେ ଗଠିତ ୧୧ଜଣିଆ କମିଟି ରତ୍ନଭଣ୍ଡାର ଭିତରକୁ ଯିବେ। କେହି କୌଣସି ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧି ଯିବେ ନାହିଁ। ସେଠାରେ ଥିବା ସିନ୍ଦୂକ ଏବଂ ଆଲମିରା ଖୋଲାଯାଇ ଅସ୍ଥାୟୀ ରତ୍ନଭଣ୍ଡାରକୁ ମୂଲ୍ୟବାନ ଅଳଙ୍କାରଗୁଡ଼ିକୁ ସ୍ଥାନାନ୍ତର କରାଯିବ। ଏହାପରେ ଭିତର ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ହସ୍ତାନ୍ତର କରାଯିବ। ସେପଟେ ଆଜି ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ସକାଳ ୮ଟାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ହୋଇଛି






More Stories
ଓରାଙ୍ଗଉଟାନଙ୍କର ରହିଛି ଅନ୍ତର୍ଜାତୀୟ ଲିଙ୍କ…..
ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ…..
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..