ରିପୋର୍ଟ କାର୍ଡ / ପୁରୀ
ଦୋଳ ପୂର୍ଣ୍ଣିମା ଓ ହୋଲି ସମୟର ନୀତିକାନ୍ତି ଯୋଗୁ ରତ୍ନଭଣ୍ଡାର ମରାମତି କାମ ୭ ଦିନ ଲାଗି ସ୍ଥଗିତ ରହିବ। ଛତିଶା ନିଯୋଗର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୯ ତାରିଖରୁ ୧୫ ତାରିଖ ଯାଏ ବନ୍ଦ ରହିବ ମରାମତି କାମ। ଆଗାମୀ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସମ୍ପାଦନ ଦୃଷ୍ଟିରୁ ଛତିଶାନିଯୋଗର ପରାମର୍ଶକ୍ରମେ ଫଗୁ ଦଶମୀ (୯ ତାରିଖ ଠାରୁ ହୋଲି ଉତ୍ସବ ( ୧୫ ତାରିଖ) ପର୍ଯ୍ୟନ୍ତ ସାତ ଦିନ ଧରି ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ବନ୍ଦ ରହିବ। ପୁଣି ମାର୍ଚ୍ଚ ୧୭ରୁ ମରାମତି କାମ ଆରମ୍ଭ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଆଗାମୀ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସମ୍ପାଦନ ଦୃଷ୍ଟିରୁ ଛତିଶାନିଯୋଗର ପରାମର୍ଶକ୍ରମେ ଫଗୁ ଦଶମୀ (୯ ତାରିଖ ଠାରୁ ହୋଲି ଉତ୍ସବ ( ୧୫ ତାରିଖ) ପର୍ଯ୍ୟନ୍ତ ସାତ ଦିନ ଧରି ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ବନ୍ଦ ରହିବ। ପୁଣି ମାର୍ଚ୍ଚ ୧୭ରୁ ମରାମତି କାମ ଆରମ୍ଭ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ମରାମତି ଅଗ୍ରଗତିର ଆଜି ସମୀକ୍ଷା କରାଯାଇଥିଲା। ଶ୍ରୀମନ୍ଦିରରେ ନୀତି ବହୁଳ କାରଣରୁ ଏଏସ୍ଆଇ ମରାମତି ପାଇଁ ଅଧିକ ସମୟ ମାଗିଥିଲେ। ଏଣୁ ତିନିମାସ ବଦଳରେ ଅତିରିକ୍ତ ସମୟ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ତିନିମାସରେ ଏଏସ୍ଆଇ କାମ ସାରିବ ବୋଲି କହିଥିଲା। କିନ୍ତୁ ନୀତିକାନ୍ତି କାରଣରୁ ମରାମତି ପାଇଁ ସମୟ ଅଭାବ ଦେଖାଦେଉଛି। ଏଣୁ ଅତିରିକ୍ତ ୪୫ରୁ ୬୦ ଦିନ ସମୟ ଲାଗିପାରେ ବୋଲି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କରର ସ୍ବାଇଁ କହିଥିଲେ।
More Stories
ହୋଲି ପାଇଁ ଆସିଲା ଗାଇଡ୍ଲାଇନ୍…..
ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ……
ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି……