ରିପୋର୍ଟ କାର୍ଡ / କଟକ
ହାଇକୋର୍ଟରେ ରତ୍ନଭଣ୍ଡାର ମରାମତି ମାମଲା । ମଙ୍ଗଳବାର ଦିନ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ସୋମବାର ଏହି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ (ଲିଷ୍ଟିଂ) ହୋଇଥିଲା । କିନ୍ତୁ ସମୟ ଅଭାବରୁ ମାମଲାର ଶୁଣାଣି ହୋଇପାରିନଥିଲା । ଆଜି ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି । ବିଜେପିର ବରିଷ୍ଠ ନେତା ସମୀର ମହାନ୍ତିଙ୍କ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଚାଲିଛି । ଖବର ଅନୁଯାୟୀ, ସୋମବାର ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ଶେଷ ସମୟରେ ଆସିବାରୁ ଶୁଣାଣି ହୋଇପାରିନଥିଲା। କିନ୍ତୁ ଏଥିରେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ରତ୍ନଭଣ୍ଡାର ପ୍ରସଙ୍ଗରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ଦାଖଲ ଯାଞ୍ଚ ରିପୋର୍ଟ ଉପରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଏଏସ୍ଆଇ ପକ୍ଷରୁ ୨୦୨୨ରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଯାଞ୍ଚ କରାଯାଇଥିଲା । ଯେଉଁଥିରେ ରତ୍ନଭଣ୍ଡାରର ମରାମତିର ନିହାତି ଆବଶ୍ୟକତା ଥିବା ଏଏସ୍ଆଇ କହିଛି । ତେଣୁ ଏଏସ୍ଆଇର ଏହି ରିପୋର୍ଟ ଆଧାରରେ ଅଦାଲତ ରତ୍ନଭଣ୍ଡାର ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ଆଚାର୍ଯ୍ୟ ପ୍ରାର୍ଥନା କରିଥିଲେ । ଅଦାଲତ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଆଜି କୁ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..