ରିପୋର୍ଟ କାର୍ଡ / ରାୟଗଡା
ରାନିଗୁଡ଼ାରେ ଆଜି ସକାଳେ ଘଟିଛି ଅଘଟଣ। ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ଓ ଅନ୍ୟ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଗୁରୁତର ଭକ୍ତମାନେ ହେଲ ଡି. ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା । ସେମାନଙ୍କ ଶରୀରର ପ୍ରାୟ ୬୦% ପୋଡି ଯାଇଛି। ସେମାନେ ଏକ ଧର୍ମାବଲମ୍ବୀ ହୋଇଥିବା ବେଳେ ପରିବାରଠୁ ଦୂରରେ ରହୁଥିଲେ। ରାୟଗଡା ସହର ରାନିଗୁଡ଼ାରେ ଏକ ଭଡ଼ା ଘରେ ଗତ କିଛି ଦିନ ହେବ ସେମାନେ ରହୁଥିଲେ। ଆଜି ସକାଳେ ସମସ୍ତେ ପୂଜାପାଠ କରିଥିଲେ। ଏହାପରେ ଜଳଖିଆ ପ୍ରସ୍ତୁତି ନିମନ୍ତେ ଗ୍ୟାସ ଲଗାଇବା ବେଲେ ତାହା ଫାଟି ନିଆଁ ଲାଗିଯାଇଥିଲା । ଫଳରେ ଏହି ୩ ଭକ୍ତ ଗୁରୁତର ହୋଇପଡ଼ିଥିଲେ । ଖବର ପାଇ ସାଥୀ ଭକ୍ତ ପହଞ୍ଚି ପ୍ରଥମେ ସେମାନଙ୍କୁ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଅନ୍ୟ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି।






More Stories
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..