Report Card Odisha

| Daily Odia News

ଗିରଫ ହେଲେ ଅବକାରୀ ଅଧିକ୍ଷକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା ଗିରଫ ହୋଇଛନ୍ତି | ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି । ନିନାଙ୍କ ଗାଡ଼ିକୁ ପିଛା କରି ଭିଜିଲାନ୍ସ ଟିମ୍ ତାଙ୍କୁ ଖୋର୍ଦ୍ଧ ନିକଟରେ ଧରିଥିଲା। ନିନା ୬ ଲକ୍ଷ ଟଙ୍କା ନେଇ ଗାଡ଼ିରେ ଆସୁଥିଲେ । ତେବେ ଭିଜିଲାନ୍ସ ଟିମଙ୍କୁ ନିନା ଟଙ୍କା ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।

ରିପୋର୍ଟ ଅନୁସାରେ- ନିନା ଓ ତାଙ୍କର ସମ୍ପର୍କୀୟଙ୍କ ଏକାଧିକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ନିନାଙ୍କ ମାହାଙ୍ଗା ସ୍ଥିତ ଘରେ ରେଡ୍ ବେଳେ ବାଧା ଉପୁଜିଥିଲା । ନିନାଙ୍କ ସ୍ୱାମୀ ମାହାଙ୍ଗା ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରନ୍ତି । ତେବେ ଭିଜିଲାନ୍ସ ରେଡ୍ ବିଷୟରେ ଜାଣିବା ପରେ ନିନାଙ୍କ ସ୍ୱାମୀ ଘରେ ତାଲା ପକାଇ କୁଆଡ଼େ ପଳାଇ ଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଆଇଆଇସିଙ୍କ ସହ ଯୋଗାଯୋଗ କରିବା ପାଇଁ ଭିଜିଲାନ୍ସ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇନଥିଲା । ତେଣୁ ଆଇଆଇସିଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଦିନକୁ ଦିନ ଜଣଙ୍କ ପରେ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଗତ ୧୨ ତାରିଖରେ ଜଣେ ଫରେଷ୍ଟର ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ।

Breaking News