ରିପୋର୍ଟ କାର୍ଡ / ପୁରୀ
ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ୍ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଥିଲେ। ସୂଚନା ଅନୁସାରେ- ଶନିବାର ଦିନ ସକାଳ ସମୟରେ ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ୍ ପୁରୀ ଗସ୍ତର କରିଥିଲେ। ଏହି ଗସ୍ତ ଅବସରରେ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ବ୍ୟାଟେରୀ ଗାଡିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଛନ୍ତି । ଏପିରିକି ୩ ଟି ଦ୍ୱାରରେ ଚାଲିଥିବା କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।






More Stories
ଅର୍ଥ ବିଭାଗର ପତ୍ର; ୨,୨୪୮ କୋଟି ଫେରାଅ…..
ସେବା ବିଳମ୍ବ କଲେ ତଣ୍ଡ ଗଣିବେ ବାବୁ…..
ପୁଣି ଲଘୁଚାପ ସମ୍ଭାବନା…..