ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଦେଶରେ ବିଭିନ୍ନ ଅଂଶରେ ଲୋକମାନେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି। କିଛି ସ୍ଥାନରେ ଲୋକେ ଯଜ୍ଞ ଏବଂ ନମାଜ ପାଠ କରୁଛନ୍ତି | ଶିବସେନା ନେତା ଆନନ୍ଦ ଦୁବେ ଆଜି ମୁମ୍ବାଇର ଚନ୍ଦ୍ରମୌଲେଶ୍ବର ଶିବ ମନ୍ଦିରରେ ଏକ ଯଜ୍ଞ କରିଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ମୁସଲିମମାନେ ଚନ୍ଦ୍ରଯାନ-୩ର ସଫଳତା ପାଇଁ କାମନା କରି ନମାଜ ପାଠ କରିଛନ୍ତି। ଉତ୍ତରପ୍ରଦେଶର ଆଗ୍ରା ଏବଂ ବାରଣାସୀରେ ମଧ୍ୟ ଲୋକମାନେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଯଜ୍ଞ କରିଛନ୍ତି ଏବଂ କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା ହୋଇଛି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..