Report Card Odisha

| Daily Odia News

୫୦୦ ଟଙ୍କା କୁ ନେଇ ନୂଆ ନିୟମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୫୦୦ ଟଙ୍କା ନୋଟକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କାର ନୋଟ୍ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଛି। ଆମେ ଏଟିଏମରୁ ଟଙ୍କା ଉଠାଇବାକୁ ଯାଉ ଅଲଗା ନୋଟ୍ ପାଇଥାଉ | ସେହି ନୋଟ୍ ଗୁଡିକ କୌଣସି ସ୍ଥାନରେ ଚଳେନାହିଁ | କିନ୍ତୁ ବର୍ତ୍ତମାନ ସହଜରେ ଏହିପରି ନୋଟ୍ ବଦଳାଇ ପାରିବେ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ଆପଣ ନିଜର ନିକଟତମ ଶାଖାକୁ ଯାଇ ଏଭଳି ନୋଟ୍ ବିନିମୟ କରିପାରିବେ । ଏହା ସହିତ ଆରବିଆଇ ୫୦୦ ଟଙ୍କିଆ ନୋଟ୍ ଚିହ୍ନଟ କରିବା ପାଇଁ ଏକ ନୂତନ ଗାଇଡଲାଇନ ଜାରି କରିଛି। ଗତ କିଛି ଦିନ ମଧ୍ୟରେ ନୋଟଗୁଡିକ ବିଷୟରେ ଅନେକ ଭାଇରାଲ ଆସି ପହଁଚୁଛି, ଯାହାକୁ ଦୃଷ୍ଟିରେ ରଖି ଆରବିଆଇ ଏହାର ପରିଚୟର ପଦ୍ଧତି କହିଛି। ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ, ଯଦି ଆପଣଙ୍କର ମଧ୍ୟ ୫୦୦ ଟଙ୍କା ପୁରୁଣା କିମ୍ବା ବିକୃତ ନୋଟ୍ ଅଛି ଯେକୌଣସି ଶାଖା ପରିଦର୍ଶନ କରି ଏହାକୁ ପରିବର୍ତ୍ତନ କରିପାରିବେ । ଯଦି କୌଣସି ବ୍ୟାଙ୍କ ଏହାକୁ ପରିବର୍ତ୍ତନ କରିବାକୁ ମନା କରନ୍ତି, ତେବେ ଆପଣ ଏହା ଉପରେ ଅଭିଯୋଗ କରିପାରିବେ ।

Breaking News