ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ରେପୋ ରେଟ ଅପରିବର୍ତ୍ତିତ ରଖିଛି। ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ରେପୋ ରେଟ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିବା ଫଳରେ ଗୃହ ଋଣ ଓ ଅଟୋ ଲୋନ ନେଇଥିବା ଲୋକଙ୍କ ଉପରେ ଇଏମଆଇର ବୋଝ ବଢ଼ିବ ନାହିଁ । ଧୀରେ ଧୀରେ ଦେଶର ଅର୍ଥନୈତିକ ବିକାଶ ହେଉଛି। ରିଜର୍ଭ ବ୍ୟାଙ୍କ ୨୦୨୨ ମସିହା ମେ ମାସ ପରଠାରୁ କ୍ରମାଗତ ଭାବେ ରେପୋ ରେଟ ବୃଦ୍ଧି କରି ଆସୁଥିଲା । ଚଳିତ ଅବଧିରେ ୨୫୦ ବେସିସ ପଏଣ୍ଟ ବୃଦ୍ଧି ହୋଇଥିଲା। ତେବେ ଗତ ଫେବୃଆରୀ ମାସ ପରଠାରୁ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….