ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଡାକ୍ତର ସଂଘ ପକ୍ଷରୁ ଅଭିନବ ପ୍ରତିବାଦ ଆରମ୍ଭ ହୋଇଛି। ଆଜିଠୁ ଦିଲ୍ଲୀ ଏମ୍ସ ରେସିଡେଣ୍ଟ ଡାକ୍ତରଙ୍କ ପକ୍ଷରୁ ରାସ୍ତାରେ ଓପିଡି ସେବା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ସୋମବାର ପୂର୍ବାହ୍ନରୁ ଡାକ୍ତରମାନେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ନିର୍ମାଣ ଭବନ ବାହାରେ ରାସ୍ତା ଉପରେ ପ୍ରତିବାଦସ୍ଵରୂପ ଓପିଡି ସେବା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। କଲକାତା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦେଶବ୍ୟାପୀ ଡାକ୍ତରଖାନାଗୁଡ଼ିକରେ ଓପିଡି ସେବା ବନ୍ଦ ରହିଛି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ ଏମ୍ସ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ନିର୍ମାଣ ଭବନ ସମ୍ମୁଖ ରାସ୍ତାରେ ସୋମବାର ଓପିଡି ସେବା ପ୍ରଦାନ କରାଯିବ। ଭେଷଜ, ସର୍ଜରୀ, ସ୍ତ୍ରୀ ରୋଗ, ଶିଶୁ ରୋଗ, ଚକ୍ଷୁ ରୋଗ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ୩୬ ବିଶେଷଜ୍ଞ ଉପସ୍ଥିତ ରହି ସେବା ଯୋଗାଇଦେବେ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……