ରିପୋର୍ଟ କାର୍ଡ / କନ୍ଧମାଳ
କନ୍ଧମାଳ ସଂସଦୀୟ କ୍ଷେତ୍ରର ୨ଟି ବୁଥରେ ହେବ ସାନି ମତଦାନ। ଆସନ୍ତାକାଲି କଣ୍ଟାମାଳ ବିଧାନସଭାର ୨୬ ଓ ୨୮ ନମ୍ବର ବୁଥରେ ରି ପୋଲିଂ ହେବ। ECIଙ୍କ ନିର୍ଦ୍ଦେଶ ପରେ ସିଇଓ ଏହି ସୂଚନା ଜାରି କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଏହି ଦୁଇ ବୁଥରେ ପୁନଃ ମତଦାନ ହେବ। ଏଥିପାଇଁ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। କଣ୍ଟାମାଳ ନିର୍ବାଚନମଣ୍ଡଳୀ ମହେଶ୍ୱର ପିଣ୍ଡା ବୁଥ୍ ନମ୍ବର- ୨୮ରେ ଭୋଟରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁନଃ ମତଦାନ ପାଇଁ ଦାବି କରିଥିଲେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ। ଏପରିକି ପୋଲିସ -ଜନତା ଖଣ୍ଡଯୁଦ୍ଧ ହୋଇଥିଲା ଏବଂ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିମାଡ ଓ ଫାଙ୍କା ଗୁଳିଚାଳନା ବି କରିଥିଲା। ସୂଚନାଯୋଗ୍ୟ, ଗତକାଲି ୨୦ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମତଦାନ ହୋଇଥିଲା । ତେବେ ଏହି ଦୁଇ ବୁଥରେ ମତଦାନକୁ ନେଇ ଅଭିଯୋଗ ହେବାପରେ ନିର୍ବାଚନ କମିଶନ ଅନୁରୂପ ନିଷ୍ପତ୍ତି ନେଇଛନ୍ତି ।






More Stories
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..