Report Card Odisha

| Daily Odia News

ଆମନ୍ତ୍ରଣ ଗ୍ରହଣ କଲେ ଆନ୍ଦୋଳନରତ ଡାକ୍ତର,ସର୍ତ୍ତ ମାନିଲେ ପଶ୍ଚିମବଙ୍ଗ ସରକାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଞ୍ଚମ ତଥା ଅନ୍ତିମ ଆମନ୍ତ୍ରଣ ଗ୍ରହଣ କରିଛନ୍ତି ଆନ୍ଦୋଳନରତ ଡାକ୍ତର । ମମତା ବାନାର୍ଜୀଙ୍କ କାଳିଘାଟରେ ଥିବା ବାସଭବନରେ ସାକ୍ଷାତ ଆଲୋଚନା କରିବାକୁ ସେମାନେ ରାଜି ହୋଇଛନ୍ତି । ବୈଠକ ଲାଗି ଡାକ୍ତରମାନଙ୍କ ସର୍ତ୍ତ ମାନିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ସହ ହେବାକୁ ଥିବା ବୈଠକର ଲାଇଭ ଷ୍ଟ୍ରିମିଂ କିମ୍ବା ଭିଡିଓଗ୍ରାଫି ଲାଗି ଆନ୍ଦୋଳନ ଡାକ୍ତର ଦାବି କରିଥିଲେ । ଦୁଇ ଦିନ ପୂର୍ବରୁ ଲାଇଭ ଷ୍ଟ୍ରିମିଂ ଦାବିକୁ ରାଜ୍ୟ ସରକାର ପ୍ରତ୍ୟାଖାନ କରିଦେବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇପାରି ନଥିଲା । ଏହା ପରେ ଆଜି ମମତା ସରକାରଙ୍କ ପଞ୍ଚମ ଏବଂ ଅନ୍ତିମ ଆମନ୍ତ୍ରଣକୁ ଡାକ୍ତରମାନେ ଗ୍ରହଣ କରିଥିବା ବେଳେ ସନ୍ଧ୍ୟା ୫ଟାରେ ବୈଠକ ଲାଗି ସମୟ ଧାର୍ଯ୍ୟ ହୋଇଥିଲା । ସୂଚନାଯୋଗ୍ୟ, ଭିଡିଓଗ୍ରାଫି ପ୍ରସଙ୍ଗକୁ ନେଇ ସରକାର ଏବଂ ଡାକ୍ତରଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଥିଲା । ବୈଠକର ଭିଡିଓଗ୍ରାଫି କିମ୍ବା ଲାଇଭ୍ ଷ୍ଟ୍ରିମିଂ ପାଇଁ ରାଜ୍ୟ ସରକାର ଅନୁମତି ଦେଇନଥିଲେ । ଏବେ ଡାକ୍ତରଙ୍କ ପ୍ରତି ମିନିଟ୍ର ଆଲୋଚନାର ଦସ୍ତାବିଜ୍ ପ୍ରସ୍ତୁତି ଦାବିକୁ ସରକାର ଗ୍ରହଣ କରିଥିବାରୁ ଆଲୋଚନା ଲାଗି ବାଟ ଫିଟିଛି ।

Breaking News