ରିପୋର୍ଟ କାର୍ଡ / ଭୁବନେଶ୍ୱର
ସରକାର ଆଇଏଏସ୍ ଅଧିକାରୀସ୍ତରରେ ଅଦଳ ବଦଳ କରିଛନ୍ତି। ପଦ୍ମପୁର ଉପ ଜିଲ୍ଲାପାଳ ଅରୁଗୁଳା ସ୍ନେହାଙ୍କୁ ପୁରୀ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଭାବେ ବଦଳି କରାଯାଇଛି। ସେ ପୁରୀ ମହାନଗର ନିଗମର ଆୟୁକ୍ତ ଦାୟିତ୍ୱ ତୁଲାଇବେ। ସୁନ୍ଦରଗଡ଼ର ବଣାଇ ଉପ ଜିଲ୍ଲାପାଳ ଅକ୍ଷୟ ପିଲ୍ଲେଙ୍କୁ ଜଗତସିଂହପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଭାବେ ବଦଳି କରାଯାଇଛି। କରଞ୍ଜିଆ ଉପ-ଜିଲ୍ଲାପାଳ କସ୍ତୁରୀ ପଣ୍ଡାଙ୍କୁ ବାରିପଦା ଉପ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।






More Stories
ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା:ପ୍ରମାଣ ନାହିଁ, ଲାଗିନି ଭିଡ ହିଂସା ଦଫା…..
ରାଜଧାନୀରେ ‘ନାଇଟ୍ ଅପରେସନ’…..
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..