Report Card Odisha

| Daily Odia News

ମୁଁ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ, କିନ୍ତୁ ସର୍ତ୍ତ’……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଗିରଫଦାରୀ ଦାବିରେ ଦେଶର ଷ୍ଟାର ରେସଲରମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇ ଆସିଛନ୍ତି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୋଲିସ ଶ୍ରୀ ସିଂହଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଥିବା ସତ୍ତ୍ୱେ ରେସଲରମାନେ ନିଜ ଆନ୍ଦୋଳନରୁ ଓହରି ନାହାନ୍ତି। ଏପରି ସମୟରେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଫେସବୁକ୍‌ରେ ଏକ ପୋଷ୍ଟ କରି ସତ ସାମନାକୁ ଆଣିବାକୁ ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ଏପରିକି ସେ ନାର୍କୋ ଟେଷ୍ଟ, ଲାଇ ଡିଟେକସନ୍‌ ଟେଷ୍ଟ ତଥା ପଲିଗ୍ରାଫ୍‌ ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ମାତ୍ର ଏଥିନିମନ୍ତେ ସେ ନିଜର ଏକ ସର୍ତ୍ତ ରଖିଛନ୍ତି। ବ୍ରିଜ ଭୂଷଣ ଶରଣ ସିଂହ କରିଥିବା ଦାବି ଅନୁଯାୟୀ, ରେସଲର ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ବି ସମାନ ପ୍ରକାର ପରୀକ୍ଷାର ସମ୍ମୁଖୀନ ହେବା ଉଚିତ। ଫଳରେ କିଏ ସତ କହୁଛି ଓ କିଏ ମିଛ କହୁଛି ତାହା ଦୁନିଆ ସାମନାକୁ ଆସି ପାରିବ।

Breaking News