ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲିଠାରୁ ୧୫-୧୮ ବର୍ଷ ବୟସ୍କ ପିଲାମାନେ ଟିକାନେବା ପାଇଁ କୋୱିନ ପ୍ଲାଟଫର୍ମରେ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ଡିସେମ୍ବରରେ କରିଥିବା ଘୋଷଣା ଅନୁଯାୟୀ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ସୋମବାର ୩ ତାରିଖ ଠାରୁ ଟିକାକରଣ ଆରମ୍ଭ କରାଯିବ। ଅନଲାଇନ ପଞ୍ଜୀକରଣ ନ କରି ପାରିଲେ ଜାନୁଆରୀ ୩ରୁ ଟିକାକରଣ ଆରମ୍ଭ ହେବା ପରେ ନିଜେ ଟିକା କେନ୍ଦ୍ରକୁ ଯାଇ କୋୱିନ ଅଫଲାଇନ ପଞ୍ଜୀକରଣର ଲାଭ ନେଇପାରିବେ। ଯେଉଁମାନଙ୍କର ଜନ୍ମ ୨୦୦୭ କିମ୍ବା ତା’ପୂର୍ବରୁ ହୋଇଛି କେବେଳ ସେହିମାନେ ହିଁ ଟିକା ନେବା ପାଇଁ ଯୋଗ୍ୟ ଅଟନ୍ତି। ୧୫-୧୮ ବର୍ଷ ବୟସ୍କ ବୟସବର୍ଗର ଜନସଂଖ୍ୟାକୁ କେବଳ ’କୋଭାକ୍ସିନ’ ହିଁ ଦିଆଯିବ। ଏଥିନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ‘କୋଭାକ୍ସିନ’ର ଅତିରିକ୍ତ ଡୋଜ୍ ଯୋଗାଇ ଦିଆଯିବ। କେନ୍ଦ୍ର ସରକାର ଆସନ୍ତା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ‘କୋଭାକ୍ସିନ’ ଯୋଗାଣ ଆରମ୍ଭ କରିଛନ୍ତି। ଏହି ବୟସ ବର୍ଗଙ୍କ ଟିକାକରଣ ସଂକ୍ରାନ୍ତରେ ସମସ୍ତ ନିର୍ଦ୍ଧାରିତ ପ୍ରୋଟୋକଲ ପାଳନ କରାଯିବ। ହିତାଧିକାରୀମାନଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏହି ସମୟରେ ଏଇଏଫଆଇ ପାଇଁ ସେମାନଙ୍କର ଅନୁଧ୍ୟାନ କରାଯିବ। ୨୮ ଦିନ ପରେ ହିଁ ସେମାନେ ଦ୍ୱିତୀୟ ଡୋଜ୍ ନେବା ପାଇଁ ଯୋଗ୍ୟ ହେବେ। ରାଜ୍ୟମାନେ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରିପାରିବେ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……