ରିପୋର୍ଟ କାର୍ଡ / କଟକ
ବିଚ ରାସ୍ତାରେ ସାମ୍ବାଦିକ ଙ୍କୁ ପିଟିଲେ ଯୁଵତୀ । ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ବାରବାଟୀ ଷ୍ଟାଡିୟମ ନିକଟରେ ଥିବା ସିଡିଏମ୍ଓ ଅଫିସ ନିକଟରେ | ଜନୈକ ଯୁଵତୀ ଅକ୍ଷୟ ଦାସ ନାମକ ଜଣେ ସାମ୍ବାଦିକଙ୍କୁ ମାଡ ମାରିଛନ୍ତି। ସୂଚନା ଅନୁସାରେ- ସାମ୍ବାଦିକ ଜଣକ ଦୀର୍ଘ ଵର୍ଷ ହେଵ ଏହି ଯୁଵତୀଙ୍କୁ ମିଡିଆରେ ଚାକିରୀ କରାଇଦେଵା ନାଁରେ ଶାରୀରିକ ଶୋଷଣ କରୁଥିବା ଯୁଵତୀ ଜଣଙ୍କ ଅଭିଯୋଗ କରିଛନ୍ତି। ଯୁଵତୀ ଜଣଙ୍କ ମହିଳା ଥାନାରେ ଅକ୍ଷୟ ଦାସଙ୍କ ସମେତ ତିନି ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ତେଵେ ଯୁଵତୀଙ୍କ ଅଭିଯୋଗ ବାବଦରେ ଅକ୍ଷୟ ଓ ତାଙ୍କ ସହଯୋଗୀ ମାନେ ମିଡିଆରେ ନିଜ ପ୍ରତିକ୍ରିୟା ରଖିଵାକୁ ଆସିଥିଲେ | ଏହି ସମୟରେ ଯୁଵତୀ ଜଣଙ୍କ ସାମ୍ବାଦିକ ଅକ୍ଷୟଙ୍କୁ ଚପଲରେ ପିଟିଛନ୍ତି | ଅକ୍ଷୟ ମଧ୍ୟ ଯୁଵତୀଙ୍କୁ ମାଡ ମାରିଛନ୍ତି। ଏନେଇ ଅକ୍ଷୟଙ୍କ ଅନ୍ୟ ମହିଳା ସହଯୋଗୀ ଓ ଅଭିଯୋଗକାରିଣୀଙ୍କ ମଧ୍ୟରେ ରାସ୍ତା ଉପରେ ଯୁକ୍ତିତର୍କ ହୋଇଥିଲା |






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..