Report Card Odisha

| Daily Odia News

ଉତ୍ତରପ୍ରଦେଶ ପ୍ରଜ୍ଞାପନ ମେଢ଼ ପ୍ରଥମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

‘ମହାକୁମ୍ଭ ୨୦୨୫- ସ୍ୱର୍ଣ୍ଣିମ ଭାରତ: ବିରାସତ ଓ ବିକାଶ’ ଶୀର୍ଷକ ଉପରେ ଆଧାରିତ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ଼ ପ୍ରଥମ ସ୍ଥାନ ଅଧିକାର କରିଛି। ଜାନୁଆରି ୨୬ ତାରିଖରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ, ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ପ୍ରଜ୍ଞାପନ ମେଢ଼ ମଧ୍ୟରୁ ଉତ୍ତରପ୍ରଦେଶର ମେଢ଼ ଶ୍ରେଷ୍ଠ ବିବେଚିତ ହୋଇଛି। ଅନ୍ୟପକ୍ଷରେ ତ୍ରିପୁରାର ‘ଅନନ୍ତ ଶ୍ରଦ୍ଧା: ତ୍ରିପୁରାରେ ୧୪ ଦେବତାଙ୍କ ପୂଜା- ଖାରଚି ପୂଜା’ ଶୀର୍ଷକ ପ୍ରଜ୍ଞାପନ ମେଢ଼ ଦ୍ବିତୀୟ ଏବଂ ଆନ୍ଧ୍ରପ୍ରଦେଶର ‘ଇତିକୋପ୍ପାକା ବୋମାଲୁ- ପରିବେଶ ଅନୁକୂଳ କାଠ ଖେଳନା’କୁ ତୃତୀୟ ପୁରସ୍କାର ମିଳିଛି। କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ମଧ୍ୟରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ‘ଜନଜାତିୟ ଗୌରବ ବର୍ଷ’ ଶ୍ରେଷ୍ଠ ପୁରସ୍କାର ପାଇଛି। ସେହିପରି ଜମ୍ମୁ-କଶ୍ମୀର ରାଇଫଲ୍ସ କଣ୍ଟିଜେଣ୍ଟ ପକ୍ଷରୁ ସର୍ଭିସେସ ମଧ୍ୟରେ ଶ୍ରେଷ୍ଠ ମାର୍ଚିଂ କଣ୍ଟିଜେଣ୍ଟ ପୁରସ୍କାର ମିଳିଥିବା ବେଳେ ସିଏପିଏଫ୍ ଓ ଅନ୍ୟାନ୍ୟ ସହାୟକ ବାହିନୀ ମଧ୍ୟରେ ଦିଲ୍ଲୀ ପୁଲିସ ମାର୍ଚିଂ କଣ୍ଟିଜେଣ୍ଟ୍ ଏହି ପୁରସ୍କାର ହାସଲ କରିଛି। କେନ୍ଦ୍ରୀୟ ପୂର୍ତ୍ତ ବିଭାଗ ଏବଂ ‘ଜୟତୀ ଜୟ ମମାହ ଭାରତମ୍’ ଡ୍ୟାନ୍ସ ଗ୍ରୁପକୁ ସ୍ବତନ୍ତ୍ର ପୁରସ୍କାର ଭାରତୀୟ ସମ୍ବିଧାନର ୭୫ ବର୍ଷ ପ୍ରଦାନ କରାଯାଇଛି। ଏହାବ୍ୟତୀତ ଗୁଜରାଟ ପପୁଲାର ଚଏସ୍ ବର୍ଗରେ ‘ସ୍ୱର୍ଣ୍ଣିମ ଭାରତ: ବିରାଟ ଓ ବିକାଶ’ ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ବିବେଚିତ ହୋଇଛି, ଯେଉଁଥିରେ ନାଗରିକମାନେ ସେମାନଙ୍କ ପ୍ରିୟ ମେଢ଼ ଏବଂ ମାର୍ଚିଂ କଣ୍ଟିଜେଣ୍ଟଙ୍କୁ ଭୋଟ୍ ଦେବା ପାଇଁ ମାଇଗଭ୍ ପୋର୍ଟାଲରେ ଏକ ଅନଲାଇନ୍ ପୋଲ୍ କରାଯାଇଥିଲା। ଉତ୍ତରପ୍ରଦେଶ ଏଥିରେ ଉପବିଜେତା ହୋଇଥିବା ବେଳେ ଉତ୍ତରାଖଣ୍ଡର ‘ସାଂସ୍କୃତିକ ଐତିହ୍ୟ ଓ ଦୁଃସାହସିକ କ୍ରୀଡ଼ା’ ତୃତୀୟ ସ୍ଥାନ ଅଧିକାର କରିଛି। ସର୍ଭିସମାନଙ୍କ ମଧ୍ୟରେ ସିଗନାଲ କଣ୍ଟିଜେଣ୍ଟ ଶ୍ରେଷ୍ଠ ମାର୍ଚିଂ କଣ୍ଟିଜେଣ୍ଟ ଏବଂ ସିଏପିଏଫ ଏବଂ ଅନ୍ୟାନ୍ୟ ସହାୟକ ବାହିନୀ ମଧ୍ୟରେ ସିଆରପିଏଫ ମାର୍ଚିଂ କଣ୍ଟିଜେଣ୍ଟ ଜିତିଛି।

Breaking News