ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହାନଦୀ ଅବବାହିକାରେ ଏକାଧିକ ଜଳଭଣ୍ଡାର ଏବଂ ବ୍ୟାରେଜ ନିର୍ମାଣ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ରଖିବା ସମୟରେ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ପ୍ରକଳ୍ପ ଲାଗି ସର୍ବେକ୍ଷଣ ଏବଂ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି। ପ୍ରକଳ୍ପ ପାଇଁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ସହିତ ତଥ୍ୟ ଆଦାନ ପ୍ରଦାନ କରାଯାଉଛି। କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟଯନ୍ତ୍ରୀମାନଙ୍କୁ ନକ୍ସା ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ବହୁ ସଂଖ୍ୟକ ବ୍ୟାରେଜ ନିର୍ମାଣ କରିଛି। ଏହା ପରଠାରୁ ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ବର୍ଷର ଅଧିକାଂଶ ସମୟ ଶୁଖିଲା ପଡ଼ୁଛି। ଏପରି କି ଶ୍ରାବଣ ମାସରେ ବି ମହାନଦୀର ଶାଖାନଦୀଗୁଡ଼ିକ ଶୁଖିଲା ରହୁଛି। ତେଣୁ ସରକାର ଓଡ଼ିଶାରେ ମହାନଦୀ ଅବବାହିକାରେ ବ୍ୟାରେଜ ନିର୍ମାଣ ଲାଗି ଯୋଜନା କରିଛନ୍ତି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..