Report Card Odisha

| Daily Odia News

OAS ସ୍ତରରେ ବଡଧରଣର ଅଦଳବଦଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର OAS ସ୍ତରରେ ଏକ ବଡଧରଣର ଅଦଳବଦଳ କରିଛନ୍ତି | ଆଜି ରାଜ୍ୟର ମୋଟ ୧୧ ଜଣ ଅଧିକାରୀଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସ୍ପେଶାଲ ସେକ୍ରେଟାରୀ ଭାବେ ପ୍ରଦୀପ କୁମାର ଗରଦିଆଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ପ୍ରଦୀପ ଓଡ଼ିଶା ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ସେହିପରି ଇଡକୋ ମୁଖ୍ୟ ମହାପ୍ରବନ୍ଧକ ଗଣେଶ୍ୱର ଜେନାଙ୍କୁ ଓଡ଼ିଶା ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ, ଜଗତସିଂହପୁର ଡିଆରଡିଏ ପ୍ରୋଜେକ୍ଟ ଡାଇରେକ୍ଟର ସରୋଜକାନ୍ତ ମହାନ୍ତିଙ୍କୁ ଇଡକୋ ମୁଖ୍ୟ ମହାପ୍ରବନ୍ଧକ (ପିଆଣ୍ଡଏ), ସୁବାସ ଚନ୍ଦ୍ର ନାଥ ଶର୍ମାଙ୍କାୁ ଇଡକୋ ମୁଖ୍ୟ ମହାପ୍ରବନ୍ଧକ (ଏମଏସଆଣ୍ଡଏମଇ), କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ରୁଦ୍ର ନାରାୟଣ ଦାଶଙ୍କୁ ଜଗତସିଂହପୁର ଡିଆରଡିଏ ପ୍ରୋଜେକ୍ଟ ଡାଇରେକ୍ଟର ଭାବେ ଅବସ୍ଥାପିତ କରାଯାଇଛି । ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ, ସୁଚାରୁ କୁମାର ବଳଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ, ଶିବୋ ଟୋପୋଙ୍କୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ, ଅଶୋକ କୁମାର ପ୍ରଧାନନଙ୍କୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ, ପ୍ରେମାଂଶୁ ଚାନ୍ଦଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । କୃଷି ମନ୍ତ୍ରୀଙ୍କ ଓଏସଡି ଦାୟିତ୍ୱରେ ଥିବା ଦେବାଶିଷ ପଟ୍ଟନାୟକଙ୍କୁ କ୍ଷୁଦ୍ର ଖଣିଜ ନିର୍ଦ୍ଦେଶାଳୟର ଯୁଗ୍ମ ପ୍ରଶାସନିକ ଡାଇରେକ୍ଟର ଭାବେ ଟ୍ରାନ୍ସଫର କରାଯାଇଛି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

Breaking News