ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ମଧ୍ୟ ବଦଳି କରିଛନ୍ତି । ଭୁବନେଶ୍ୱରର ବିଡିଓ ଓଏଏସ୍ ଅଫିସର ସମ୍ପଦ କୁମାର ଦଳାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା(ଶିକ୍ଷା) ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଦଳାଇଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଜେନେରାଲ ମ୍ୟାନେଜର(ପ୍ରଶାସନ) ଭାବେ ବଦଳିକୁ ବାତିଲ କରାଯାଇ ଏଭଳି ପୁରସ୍କୃତ କରାଯାଇଛି । ତେବେ ଜଣେ ଜୁନିୟର ଓଏଏସ୍ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କର ପ୍ରମୁଖ ଶିକ୍ଷା ପରାମର୍ଶଦାତା ଭାବେ ବାଛିଲେ ତାକୁ ନେଇ ପାୱାର କରିଡରରେ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ବରିଷ୍ଠ ଓଏଏସ ସୁଦର୍ଶନ ପରିଡ଼ାଙ୍କୁ ଓଡ଼ିଶା ମାନବାଧିକାର ଆୟୋଗଙ୍କ ସଚିବ ଭାବେ ବଦଳି ହୋଇଛି । ବରିଷ୍ଠ ଓଏଏସ୍ ବିଜୟ କୁମାର ଖଣ୍ଡାୟତରାୟଙ୍କୁ କଟକସ୍ଥିତ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଶ୍ରୀ ରାୟ ଏବେ ଜମିଜମା ରେକର୍ଡ ଓ ବନ୍ଦୋବସ୍ତ ଅତିରିକ୍ତ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଏମଏସଏମଇ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ରାଜଶ୍ରୀ ସିଂଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ବରିଷ୍ଠ ଓଏଏସ୍ ମନୋରଞ୍ଜନ ମହାପାତ୍ରଭ୍କୁ କଟକସ୍ଥିତ ଜମି ରେକର୍ଡ ଓ ବନ୍ଦୋବସ୍ତ ଅତିରିକ୍ତ କମିଶନର ଭାବେ ବଦଳି ହୋଇଥିବାବେଳେ ବରିଷ୍ଠ ଓଏଏସ୍ ସନ୍ତୋଷୀ ସାହୁଙ୍କୁ ଓଡ଼ିଶା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ନିର୍ଦ୍ଦେଶକ(ଇନକ୍ୱାରୀ) ଭାବେ ନିଯୁକ୍ତି ମିଳିଛି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..