Report Card Odisha

| Daily Odia News

ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ହେବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ କୁସ୍ତି ମହାସଂଘର ବିଦାୟୀ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଜୁନ ୧୫ ସୁଦ୍ଧା ଶେଷ ହେବ। କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କ ସହ ଆଲୋଚନା ପରେ ଏହା ଜଣାପଡିଛି। ମନ୍ତ୍ରୀ ଶ୍ରୀ ଠାକୁର ସେମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଭାରତୀୟ କୁସ୍ତି ମହାସଂଘର ବିଦାୟୀ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗର ତଦନ୍ତ କାର୍ଯ୍ୟ ଚଳିତ ମାସ ୧୫ ସୁଦ୍ଧା ଶେଷ କରାଯିବ ଓ ଅଭିଯୋଗ ଫର୍ଦ୍ଧ ଦାଖଲ କରାଯିବ। ଆଜି ଶ୍ରୀ ଠାକୁରଙ୍କ ବାସଭବନରେ ଦୀର୍ଘ ୬ ଘଣ୍ଟା ଆଲୋଚନା ପରେ ଏଭଳି ମତ ରଖିଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ। ଶ୍ରୀ ଠାକୁର କହିଛନ୍ତି ଯେ କୁସ୍ତି ମହାସଂଘର ଏକ କମିଟି ଗଠନ କରାଯିବ ଏବଂ ଏହାର ମୁଖ୍ୟ ଜଣେ ମହିଳା ରହିବେ। ଏହାଛଡା ଜୁନ ୩୦ ସୁଦ୍ଧା ହେବାକୁ ଥିବା ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ନିର୍ବାଚନରେ ବ୍ରିଜ୍‌ଭୂଷଣ ଶରଣ ସିଂହ ଓ ତାଙ୍କ ସହଯୋଗୀଙ୍କୁ ନିର୍ବାଚନରେ ଭାଗ ନ ନେବାକୁ କୁହାଯାଇଛି। ଅନଶନ ସମୟରେ ମହିଳା କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦାୟର ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ହେବ ବୋଲି ଜଣାପଡିଛି

Breaking News