ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲେଶ୍ବରର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସମସ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ। , ‘୮୩ଟି ମୃତଶରୀର ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ। ସେଥି ମଧ୍ୟରୁ ୫୦ଟି ମୃତଶରୀରର ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯାଇଛି। ବର୍ତ୍ତମାନ ସୁଧା ବହୁ ପରିବାର ଲୋକ ଫଟୋ ଏବଂ ପରିଚୟ ପତ୍ର ଦେଖାଇ ମୃତ ଶରୀର ଚିହ୍ନଟ କରିବାକୁ ପ୍ରୟାସ କରୁଛନ୍ତି। ମୃତ ବ୍ୟକ୍ତିଙ୍କ ଶେଷ କଲର ଯାଞ୍ଚ୍ ହେଉଛି। ଦୁର୍ଘଟଣା ପୂର୍ବରୁ ଯେଉଁମାନେ ଫୋନରେ କଥା ହୋଇଛନ୍ତି ଏବଂ ପରେ ମୋବାଇଲ କେଉଁ ଲୋକେସନରେ ଥିଲା ତାହା ଯାଞ୍ଚ୍ ହେଉଛି। କିଏ କଥା ହୋଇଥିଲା। କାହାକୁ କଲ କରାଯାଇଥିଲା। ସେସବୁ ମଧ୍ୟ ଯାଞ୍ଚ କରାଯାଉଛି।’ ଏହାଛଡ଼ା ସେ ଆହୁରି ବି କହିଛନ୍ତି ଯେ ଏଭଳି ବିଭିନ୍ନ ପର୍ଯ୍ୟାୟ ଯାଞ୍ଚ ପରେ ହିଁ ମୃତ ଶରୀର ହସ୍ତାନ୍ତର ହେଉଛି। ମୃତ ଶରୀର ନେବାକୁ ଆସିଥିବା ପରିବାର ଲୋକଙ୍କ ପାଇଁ ରହିବା, ଖାଇବାର ସ୍ୱତନ୍ତ୍ର ଵ୍ୟଵସ୍ଥା କରାଯାଇଛି। ଲଗାତାର ଭାବେ ଦୁଇ ଦିନ ଧରି ଖବର ଆସୁଛି ଗୋଟିଏ ମୃତ ଦେହକୁ ଏକାଧିକ ଦାବିଦାର ଥିବା ନଜରକୁ ଆସିଛି। ତେବେ ବୈଜ୍ଞାନି ପଦ୍ଧତିରେ ଯାଞ୍ଚ୍ ପରେ ହିଁ ମୃତ ଶରୀର ହସ୍ତାନ୍ତର କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଏମସି ମେୟର ସୁଲୋଚନା ଦାସ।






More Stories
ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ…..
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……