ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଖୋଳତାଡ଼ କରୁଛି ସିବିଆଇ। ଆଜି ପଲିଗ୍ରାଫ୍ ଟେଷ୍ଟ ସମୟରେ ଅପରାଧ ଦିନ କ’ଣ କ’ଣ କରିଥିଲା, ସେସବୁ ସ୍ୱୀକାର କରିଛି ଅଭିଯୁକ୍ତ ସଞ୍ଜୟ। ସିବିଆଇ ସୂତ୍ରରୁ ପ୍ରକାଶ ଯେ, ପଚରାଉଚରା ବେଳେ ସଞ୍ଜୟ ରୟ ଅପରାଧ ଘଟାଇଥିବା ରାତିରେ କ’ଣ କ’ଣ କରିଥିଲା, ସେସବୁ ବିସ୍ତୃତ ଭାବେ କହିଛି। ସହରର ଦୁଇଟି ରେଡ୍ ଲାଇଟ୍ ଅଞ୍ଚଳକୁ ଯାଇଥିବା ମାନିଛି ସଞ୍ଜୟ। କିନ୍ତୁ ସେଠାରେ ସେକ୍ସ କରି ନଥିବା ସିବିଆଇକୁ ସେ କହିଛି। ସଞ୍ଜୟ ରୟ ଆହୁରି ସ୍ୱୀକାର କରିଛି ଯେ, ଘଟଣା ଘଟିଥିବା ରାତିରେ ଅନ୍ୟ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିଲା ଏବଂ ପ୍ରେମିକାଙ୍କୁ ଭିଡିଓ କଲ୍ କରି ଅଶ୍ଳୀଳ ଫଟୋ ମାଗିଥିଲା। ଯେଉଁ ବନ୍ଧୁଙ୍କ ବାଇକରେ ରେଡ୍ ଲାଇଟ୍ ଏରିଆ ଯାଇଥିଲା,ତାଙ୍କ ସହ ଆରଜି କର ହସ୍ପିଟାଲକୁ ଆସିଥିଲା। ସେଠାରେ ଆଡମିଟ୍ ହୋଇଥିବା ଅନ୍ୟ ଜଣେ ବନ୍ଧୁଙ୍କ ଭାଇ ସହ ଭେଟିବାକୁ ଯିବାକୁ କହି ହସ୍ପିଟାଲ ଯାଇଥିଲା ସଞ୍ଜୟ। ରାତି ୧୧ ଟା ୧୫ରେ ଉଭୟ ହସ୍ପିଟାଲରୁ ବାହାରି ଯାଇଥିଲେ ଏବଂ ବାହାରେ ମଦ୍ୟପାନ କରିଥିଲେ। ଏହାପରେ ଉତ୍ତର କୋଲକତାରେ ଥିବା ରେଡ୍ ଲାଇଟ୍ ଅଞ୍ଚଳ ସୋନାଗାଛି ଯାଇଥିଲେ ସଞ୍ଜୟ ଓ ତା’ ବନ୍ଧୁ। ସେଠାରେ ଅସଫଳ ହେବାରୁ ଦକ୍ଷିଣ କୋଲକାତାର ଆଉ ଏକ ରେଡ୍ ଲାଇଟ୍ ଅଞ୍ଚଳ ଚେତଲା ଯିବାକୁ ସ୍ଥିର କରିଥିଲା। ଚେତଲା ଯିବା ବାଟରେ ସେମାନେ ଅନ୍ୟ ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ। ଚେତଲାରେ ସଞ୍ଜୟର ବନ୍ଧୁ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ସମୟରେ ବାହାରେ ଛିଡ଼ା ହୋଇ ସଞ୍ଜୟ ତା’ ପ୍ରେମିକାଙ୍କୁ ଭିଡିଓ କଲ କରି କଥା ହୋଇଥିଲା। ସଞ୍ଜୟ କହିଛି ଯେ, ଭିଡିଓ କଲ୍ ସମୟରେ ସେ ତା’ ପ୍ରେମିକାଙ୍କୁ ଅଶ୍ଲୀଳ ଫଟୋ ମାଗିଥିଲା। ତାଙ୍କ ପ୍ରେମିକା ତାଙ୍କୁ ଅଶ୍ଲୀଳ ଫଟୋ ପଠାଇଥିଲେ।ଏହାପରେ ଚେତଲାରୁ ଆରଜିକର ହସ୍ପିଟାଲ ଯାଇଥିଲା ସଞ୍ଜୟ। ସିସିଟିଭି ଫୁଟେଜ ଅନୁସାରେ, ଭୋର ୪ଟା ୩ମିନିଟ୍ ସମୟରେ ସେମିନାର ହଲର କରିଡରରେ ବୁଲୁଥିଲା। ଏହି ସମୟରେ ହିଁ ସେମିନାର ହଲରେ ରେଷ୍ଟ୍ ନେଉଥିବା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲା ସଞ୍ଜୟ। ହସ୍ପିଟାଲରେ ନାରକୀୟ କାଣ୍ଡ ଘଟାଇବା ପରେ କୋଲକାତାର ଜଣେ ପୋଲିସ ବନ୍ଧୁ ଅନୁପମ ଦତ୍ତଙ୍କ ଘରକୁ ଯାଇଥିଲା ସଞ୍ଜୟ। ଏସବୁ ସତ ସ୍ୱୀକାର ପରେ ସିବିଆଇ ମିଛଧରା ପରୀକ୍ଷା କରିବ। ରବିବାର ସଞ୍ଜୟର ଲାଏ ଡିଟେକସନ୍ ଟେଷ୍ଟ ବା ମିଛଧରା ପରୀକ୍ଷା ହେବ।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……