ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହଙ୍କ ପରଲୋକ ଘଟିଛି। ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ‘ହୋଗି ଅପନି ବାତ୍’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଆହଟ୍’, ‘ଅଦାଲତ’, ‘ଦିୟା ଔର ବାତି ହମ୍’ ଭଳି ଅନେକ ଟିଭି ଧାରାବାହିକରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇଥିଲେ। ଅଭିନେତାଙ୍କର ଅକାଳ ବିୟୋଗରେ ଟିଭି ଜଗତରେ ଶୋକର ଛାୟା ଖେଳିଯାଇଛି। କେହି ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ସୂଚନାଯୋଗ୍ୟ, କିଛିଦିନ ଧରି ଅଗ୍ନାଶୟଜନିତ ରୋଗରେ ପୀଡ଼ିତ ଥିଲେ ଋତୁରାଜ ସିଂହ। ଧାରାବାହିକ ବ୍ୟତୀତ ‘ରାଜନୀତି’, ‘ସତ୍ୟମେବ ଜୟତେ-୨’ ଓ ‘ବଦ୍ରି କି ଦୁଲ୍ହନିଆ’ ଭଳି ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ର ସମେତ ଅନେକ ୱେବସିିରିଜରେ ମଧ୍ୟ ଋତୁରାଜ ସିଂହଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……