Report Card Odisha

| Daily Odia News

ଲୋକଙ୍କ ସତର୍କତା କମିବା ସଂକ୍ରମଣ ବଢିବାର କାରଣ,ଆମେ ପୂର୍ବ ଭଳି ସତର୍କ ରହିଲେ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବ : ଆରଏମଆରସି ନିର୍ଦ୍ଦେଶିକା…

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟରେ କରୋନାର ଦ୍ୱୀତିୟ ଲହରରେ ଦୈନିକ ସଂକ୍ରମଣ ୮ ହଜାର ଟପିଲାଣି। ଅଧିକାଂଶ ସମୟରେ ଦେଖାଯାଇଛି ଗୋଟିଏ ମହାମାରୀର ପ୍ରଥମ ଲହର ଅପେକ୍ଷା ୨ୟ ଲହରର ବେଗ ଅଧିକ ଥାଏ । କିନ୍ତୁ ଆମେ ପୂର୍ବ ଭଳି ସତର୍କ ରହିଲେ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବ ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି । ଲୋକଙ୍କ ସତର୍କତା କମିବା ମଧ୍ୟ ସଂକ୍ରମଣ ବଢିବାର କାରଣ । ତେବେ ଲୋକଙ୍କ ମଧ୍ୟରେ ସଂଯମତା ଏବଂ ସତର୍କତାରେ ଅବହେଳା ଏହାର ପ୍ରମୁଖ କାରଣ ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି। କୋଭିଡ ନିୟମ ମାନିବାରେ ସଂଯମତା ଏବଂ ସତର୍କତାରେ ଲୋକେ ଢିଲା କଲେ। ଏହିସବୁ କାରଣ ଯୋଗୁ ପ୍ରଥମ ତୁଳନାରେ ୨ୟ ତରଙ୍ଗ ଅଧିକ ଗମ୍ଭୀର ହେଉଛି। ଯଦି କେହି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ତେବେ ପରୀକ୍ଷା କରାଇ ନିଅନ୍ତୁ। ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇ ନେବା ଜରୁରୀ। ନଚେତ୍‌, ୪/୫ ଦିନ ମଧ୍ୟରେ ପରୀକ୍ଷା କରାଇବା ଦରକାର। ପରୀକ୍ଷା ରିପୋର୍ଟ ନ ଆସିବା ଯାଏ ନିଜକୁ ଏକାନ୍ତବାସରେ ରଖନ୍ତୁ। ଏକାନ୍ତବାସରେ ରହିବା ସହିତ ମାସ୍କ ପରିଧାନ କରନ୍ତୁ। କରୋନା ଟିକା ନେଇଥିଲେ ବି ଯଦି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଛନ୍ତି, ତା’ହେଲେ ପରୀକ୍ଷା କରାଇ ନିଅନ୍ତୁ ବୋଲି ଡା. ପତି କହିଛନ୍ତି।

Breaking News