ରିପୋର୍ଟ କାର୍ଡ / ଗୋପାଳପୁର
୧୬ ନଂ ଜାତୀୟ ରାଜପଥ ଆଦିତ୍ୟ ମୋଟର୍ସ ସମ୍ମୁଖ ଭୟଙ୍କର ସଡକ ଦୁର୍ଘଟଣାରେ ୨ ମୃତ | ଗୋପାଳପୁର ଥାନା ଅନ୍ତର୍ଗତ ଆଦିତ୍ୟ ମୋଟର୍ସ ସମ୍ମୁଖ ରାସ୍ତାରେ ଠିଆ ହୋଇଥିବା ଏକ ବାଲି ବୋଝେଇ ଟ୍ରକକୁ ପଛପଟୁ ଦୃତ ଗତିରେ ଆସୁଥିବା ଆଉ ଏକ ଟ୍ରକ ଧକ୍କା ଫ୍ରୀଛି | ଏହି ଦୁର୍ଘଟଣାରେ ଜଣେ ଟ୍ରକ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଜଣେ ଡ୍ରାଇଭର ହିଞିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡରା ନୂଆସାହିର ପ୍ରଭାକର ସ୍ୱାଇଁ ବୋଲି ପୁଲିସ ସୂଚନା ଦେଇଥିବା ବେଳେ ଆନ୍ଧ୍ର ଟ୍ରକର ଡ୍ରାଇଭରର ପରିଚୟ ମିଳିପାରିନାହିଁ। ମଙ୍ଗଳବାର ରାତି ସାଢ଼େ ଗୋଟାଏ ବେଳେ ଜାତୀୟ ରାଜପଥରେ ଯାଉଥିବା ଏକ ବାଲି ବୋଝେଇ ଟ୍ରକ ଖରାପ ହୋଇ ଯିବାରୁ ଡ୍ରାଇଭର ପ୍ରଭାକର ସ୍ୱାଇଁ ଟ୍ରକ ମରାମତି କରୁଥିଲେ।ଏହି ସମୟରେ ଦୃତ ଗତିରେ ଆସୁଥିବା ଆଉ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ବାଲି ବୋଝେଇ ଟ୍ରକକୁ ମରାମତି କରୁଥିବା ଟ୍ରକ ଡ୍ରାଇଭର ପ୍ରଭାକର ସ୍ୱାଇଁ ଟ୍ରକ ଚକା ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..