Report Card Odisha

| Daily Odia News

ଯାତ୍ରୀବାହୀ ବସ୍ ଦୁର୍ଘଟଣା,୩ ସଙ୍କଟାପନ୍ନ,୨୦ ଆହତ…..

ରିପୋର୍ଟ କାର୍ଡ / ମୟୁରଭଞ୍ଜ

ବାଙ୍ଗିରିପୋଷି ଘାଟିରେ ଯାତ୍ରୀବାହୀ ବସ୍ କୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଦୁର୍ଘଟଣାଗ୍ରସ୍ତ ବସ୍‌ରେ ଆଣି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ୪୯ ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିର ପ୍ରଥମ ବାଙ୍କରେ ବାରିପଦାରୁ ଆସୁଥିବା ବସ୍‌କୁ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ବସ୍‌ରେ ବସିଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସବ୍‌ଟି ଘାଟି ତଳକୁ ଖସି ନଥିଲା। ପରେ ଚାଳକ ଦୁର୍ଘଟଣାଗ୍ରସ୍ତ ବସ୍‌ରେ ସମସ୍ତ ଆହତ ଯାତ୍ରୀଙ୍କୁ ଧରି ବାଙ୍ଗିରିପୋଷି ଡାକ୍ତରଖାନାରେ ପହଞ୍ଚି ଥିଲେ। ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତଙ୍କ ଭିତରେ ଗୋଟିଏ ପରିବାରର ବାପା, ମା ଓ ଆଠ ବର୍ଷର ପୁଅ ଅଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ସେପଟେ ଟ୍ରକ ଡ୍ରାଇଭର ଚାପି ହୋଇ ରହିଛନ୍ତି। ତାଙ୍କର ଏକ ହାତ ସଂପୂର୍ଣ୍ଣ କଟି ଯାଇଛି। ଅଗ୍ନିଶମ କର୍ମଚାରୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରୁଛନ୍ତି। ଅନେକ ସମୟରେ ବାଙ୍ଗିରିପୋଷି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ସଂକୀର୍ଣ୍ଣ ରାସ୍ତା ପାଇଁ ଦୁର୍ଘଟଣା ଘଟୁଥିବା ନେଇ ଚର୍ଚ୍ଚା ହେଉଛି ।

 

Breaking News