ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ବସ୍’ର ୨ଟି ଡିପୋ ଉଦଘାଟନ କରିଛନ୍ତି । ‘ମୋ ବସ୍’ ଭୁବନେଶ୍ୱରରେ ପାଇଁ ଦୁଇଟି ଅତ୍ୟାଧୁନିକ ଡିପୋ କରାଯାଇଛି । ଦୁଇଟି ଡିପୋ ମଧ୍ୟରୁ ଗୋଟିଏ ପଟିଆରେ ରହିଥିବା ବେଳେ, ଅନ୍ୟଟି ଭଗବାନପୁର ନିକଟରେ କରାଯାଇଛି । ୨ବର୍ଷ ତଳୁ ଏହି ଦୁଇଟି ଡିପୋର କାମ ଆରମ୍ଭ ହୋଇଥିଲା । ପରିବହନ ଭବନ ଠାରେ ୧୧୦ଟି ଓଏସଆରଟିସିର ନୂଆ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଡିପୋ ମଧ୍ୟରେ ବସ୍ ରହିବା ସହ ତେଲ ପକାଇବାର ବ୍ୟବସ୍ଥା କରାଯାଇଛି । ଏଥିସହ ଏଠାରେ ବସ୍ ଗୁଡ଼ିକୁ ମେସିନ୍ ଜରିଆରେ ପରିଷ୍କାର କରାଯାଇ ପାରିବ । ଅଳ୍ପ ସମୟରେ ବସ୍ ଗୁଡ଼ିକୁ କିପରି ଭଲଭାବରେ ସଫା କରାଯାଇପାରିବ, ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..