Report Card Odisha

| Daily Odia News

ପୋଲିସ ଗାଡ଼ି-ଟ୍ରକ୍ ମୁହାଁମୁହିଁ ଧକ୍କା, ୨ମୃତ,୩ ଆହତ…..

ରିପୋର୍ଟ କାର୍ଡ / ବୌଦ୍ଧ

ବୌଦ୍ଧ ଜିଲ୍ଲା କମଳପୁର ଛକ ନିକଟରେ ଆଜି ଭୋର ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୋଲିସ ଗାଡ଼ି ଟ୍ରକ୍ ମୁହାଁମହିଁ ଧକ୍କା ହେବାଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ବାଉଁଶୁଣୀ ଥାନାର ହୋମଗାର୍ଡ ଜଗନ୍ନାଥ ମେହେର। ଆହତମାନେ ହେଲେ ବାଉଁଶୁଣୀ ଥାନା ଏଏସ୍‌ଆଇ, ହୋମଗାର୍ଡ ଓ କନେଷ୍ଟବଲ। ସମସ୍ତ ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି। ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Breaking News