ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଛତିଶଗଡ଼ ଯଶପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ପରିବାରର ୪ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ରହିଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ଆହତ ୬ଜଣଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ ରାଞ୍ଚିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ୪ଜଣଙ୍କୁ ସ୍ଥାନୀୟ ହୋଲିକ୍ରସ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ ଗୋଟିଏ ପରିବାର ସମସ୍ତ ସଦସ୍ୟ ଏକ କାରରେ ପିକନିକ କରି ଫେରୁଥିଲେ । ଫେରିବା ସମୟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଜଣେ ୧୧ ମାସର ଝିଅ ଓ ୮ ବର୍ଷର ପୁଅ ସହ ଅନ୍ୟ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଖବର ପାଇବା ପରେ ନାରାୟଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ପୋଲିସର କହିବା ଅନୁସାରେ ଦୁର୍ଘଟଣା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସା ସମୟରେ ଅନୀଲ ସିଂଙ୍କ ୮ ବର୍ଷର ପୁଅ ମୋହିତ, ଯଶବନ୍ତ ସିଂର ୧୧ମାସର ଝିଅ ଭେନିଶା ଏବଂ ପତ୍ନୀ ଜୟନ୍ତୀ ଓ ରାଜେନ୍ଦ୍ର ସିଂଙ୍କ ମୃତ୍ୟୁ ହୋଇଛି ।
More Stories
ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟମ୍ପ୍ଙ୍କ ନିର୍ଦ୍ଦେଶ……
ଗଠନ ହେବ ଓଡିଶା ରାଜ୍ୟ ରାଜପଥ ପ୍ରାଧିକରଣ….
ସିଗାରେଟ୍ ଭିତରେ ଗଞ୍ଜେଇ ଜବତ…..