ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ପାଇଁ ଆଗାମୀ ୩୦ ରୁ ୪୦ ଦିନ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ହେବ । ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି | ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ଭିତରେରହିଛି । ଯେଉଁ ସ୍ଥାନରେ ହକି ଖେଳ ହେବ ସେଠାରେ ଅଧିକ କରୋନା ନମୂନା ପରୀକ୍ଷା କରାଯିବ । ସେ କହିଛନ୍ତି, ଢଈଈ ୧.୫ ନୂଆ ଭାରିଏଣ୍ଟ ଦେଶରେ ଚିହ୍ନଟ ହୋଇଛି । କିନ୍ତୁ ଏହାର ଲକ୍ଷଣ ଓ ଭୟାବହତା କେତେ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ସେ ନେଇ ପରୀକ୍ଷା ଚାଲିଛି । ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଟିକାକରଣ ପାଇଁ କୌଣସି ନିର୍ଦ୍ଦେଶ ଆସିନାହିଁ । ରାଜ୍ୟରେ ଟୀକାକରଣ ପାଇଁ ସବୁ ବ୍ୟବସ୍ଥା ଅଛି । କେନ୍ଦ୍ରରୁ ନିର୍ଦ୍ଦେଶ ଆସିବା ପରେ ଟୀକାକରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି । ହକି ବିଶ୍ୱକପ୍ ସମୟରେ ଅଧିକ ନମୂନା ପରୀକ୍ଷା ହେବା ନେଇ ସୂଚନା ଦେଇଛନ୍ତି। ଓଡ଼ିଶାରେ ଆସନ୍ତା ୧୩ ତାରିଖରୁ ପୁରୁଷ ହକି ବିଶ୍ୱକପ୍ ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ରେ କୌଣସି ବାଧ୍ୟତାମୂଳକ ଗାଇଡ୍ଲାଇନ୍ ରଖାଯାଇ ନ ଥିବାବେଳେ କେବଳ ସତକର୍ତା ପାଇଁ ପରାମର୍ଶ ଦିଆଯାଉଛି।
More Stories
ଚାନ୍ଦବାଲିରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା’…..
ଭୁବନେଶ୍ବର ବିମାନବନ୍ଦରରେ ବୋମା ଆତଙ୍କ…..
ସମ୍ପତ୍ତି ଲୋଭ:ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ଏବଂ ଶର୍ମିଳାଙ୍କ ମଧ୍ୟରେ କଳି….