Report Card Odisha

| Daily Odia News

ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୫ ମୃତ,୩ ଗୁରୁତର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୁମ୍ବଇ-ପୁଣେ ଏକ୍ସପ୍ରେସ ୱେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର୍‍ ଅନ୍ୟ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହେବ ଫଳରେ ଦୁର୍ଘଟଣା ହୋଇଛି | ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି | ଏହାସହ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଖୋପୋଲୀ ଅଞ୍ଚଳରେ ମୁମ୍ବଇ-ପୁଣେ ଏକ୍ସପ୍ରେସ ୱେରେ ଗୋଟିଏ କାର୍‍ ଆଉ ଏକ ଗାଡିକୁ ଧକ୍କା ଦେଇଥିଲା । ଫଳରେ ୪ ଜଣଙ୍କର ଘଟଣା ସ୍ଥଳରେ ଓ ଅନ୍ୟ ଜଣଙ୍କର ହସ୍ପିଟାଲ ଯିବା ବାଟରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଖୁବ ଜୋରରେ ହୋଇଥିବାରୁ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଏହି ମର୍ମନ୍ତୁଦ ଦୁର୍ଘଟଣା ଗୁରୁବାର ବିଳମ୍ବିତ ରାତିରେ ଘଟିଛି । କାରରେ ପ୍ରାୟ ୯ ଜଣ ଯାତ୍ରା କରୁଥିବା ବେଳେ କାରଟି ପୁଣେରୁ ମୁମ୍ବଇ ଅଭିମୁଖେ ଯାଉଥିଲା । ରାସ୍ତାରେ କାର ଚାଳକ ନିୟନ୍ତ୍ରଣ ହରାଇବାରୁ ଏହା ଅନ୍ୟ ଏକ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାର ତଦନ୍ତ ଜାରି ରହିଛି।

Breaking News