Report Card Odisha

| Daily Odia News

ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ସିଦ୍ଧୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନବଜ୍ୟୋର ସିଂ ସିଦ୍ଧୁ ଅସୁସ୍ଥତାକୁ କାରଣ ଦର୍ଶାଇ ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟରେ କିଛି ସପ୍ତାହର ସମୟ ମାଗିଛନ୍ତି । ତେବେ ରୋଡରେଜ୍ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ପଟିଆଲା କୋର୍ଟରେ ଆଜି ସିଦ୍ଧୁ ଆତ୍ମସମର୍ପଣ କରିଥାନ୍ତେ । ତେବେ ପାର୍କିଂକୁ ନେଇ ବଚସା ମାମଲାରେ ନବଜୋତ ସିଂହ ସିଦ୍ଧୁଙ୍କୁ ବଡ ଝଟକା ଲାଗିଛି । ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଗୋଟିଏ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲା ୧୯୯୮ରେ ଘଟିଥିଲା। ସିଦ୍ଧୁଙ୍କୁ ପ୍ରଥମେ ଏହି ମାମଲାରେ ଆଶ୍ଵସ୍ତି ମିଳିଥିଲା। ହେଲ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା, ତାଙ୍କ ପରିବାର ପକ୍ଷରୁ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା। ଏହା ଉପରେ ଶୁଣାଣି କରି ଗୁରୁବାର ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ଏକ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ୨୦୧୮ ମେରେ ଦେଇଥିବା ନିଜ ଆଦେଶର ସମୀକ୍ଷା କରିଛନ୍ତି। ଆଦେଶ ଅନୁସାରେ ଏବେ ପଞ୍ଜାବ ପୋଲିସ ସିଦ୍ଧୁଙ୍କୁ ହେପାଜତରେ ନେବ। ସିଦ୍ଧୁଙ୍କୁ ଆଇପିସିର ଧାରା ୩୨୩ ଆଧାରରେ ଯଥା ସମ୍ଭବ ଗୋଟିଏ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି।

 

Breaking News