ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜନସାଧାରଣଙ୍କ ଦ୍ରୁତ ଗାଡ଼ି ଚାଳନା ଓ ଅସାବଧାନତା ହେତୁ ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ତଥା ଦ୍ୱୈତ ନଗରୀ ପୋଲିସ କମିଶନରେଟ୍ ଜାନୁଆରୀ ୧ରୁ ୭ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ବିଭିନ୍ନ ପ୍ରକାର ସଚେତନମୂଳକ କାର୍ଯ୍ୟକ୍ରମ ମାନ ହାତକୁ ନେଇଥିଲା । ଏହି ପରିପ୍ରେକ୍ଷୀରେ ଡିଏଭି କଳିଙ୍ଗନଗରରେ ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଟ୍ରାଫିକ୍ ଆସିଷ୍ଟାଣ୍ଟ କମିସନରେଟ୍ଶ୍ରୀ ପୋଲିସ ଯୁକ୍ତ ଜୟନ୍ତ କୁମାର ଡୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ଡୋରା ଟ୍ରାଫିକ୍ର ନିୟାମାବଳୀ ତଥା ନିରାକରଣର ବିବିଧ ପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଶ୍ନୋତ୍ତର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଟ୍ରାଫିକ୍ ସମସ୍ୟା ଜନିତ ସନ୍ଦେହ ମଧ୍ୟ ଦୂର କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସ୍କାଉଟ୍ ଗାଇଡ୍, ଏନ.ସି.ସି, ଜେ.ଆର.ଏଫ୍ ଏବଂ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ବିଦ୍ୟାଳୟଠାରୁ ସମ୍ ହସ୍ପିଟାଲ୍ ପର୍ଯ୍ୟନ୍ତ ଏକ ସଡ଼କ ସୁରକ୍ଷା ର୍ୟାଲିର ଆୟୋଜନ କରାଯାଇଥିଲା । ଏହି ର୍ୟାଲି ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ବଳିତ ବିଭିନ୍ନ ପ୍ଲାକ୍କାର୍ଡ଼ ସ୍ଲୋଗାନ୍ ଆଦି ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ବିଦ୍ୟାଳୟର ଛାତ୍ର ଶ୍ରୀମାନ ଶ୍ୱେତାଶୁଂ ଶେଖର ଶତପଥୀ ସଡ଼କ ନିରାପତ୍ତା ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବଳରାମ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷୟିତ୍ରୀ ସଂଗୀତା ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ବିଷ୍ଣୁଚରଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପରିବହନ ବିଭାଗର ମୁଖ୍ୟ ହରିହର ଶତପଥୀ ତଥା ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଏବଂ କର୍ମକର୍ତ୍ତାଙ୍କ ସାହାଯ୍ୟ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..