Report Card Odisha

| Daily Odia News

ଛୋଟ ପିଲାଙ୍କୁ ବାଇକ୍‌ରେ ନେଲେ ମାନିବାକୁ ହେବ ଏହି ନିୟମ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଣିକି ଦୁଇଚକିଆ ଜଣାରେ ଶିଶୁଙ୍କୁ ନେଇ ଯାତ୍ରା କରୁଥିବା ଚାଳକମାନଙ୍କ ଲାଗି ଏକ ଚିଠା ଗାଇଡଲଇନ୍ସ ଜାରି କରାଯାଇଛି | ବାଇକରେ ଯଦି ୪ ରୁ କମ ବୟସର ଶିଶୁ ବସିଥିବେ ତେବେ କୌଣସି ପରିସ୍ଥିତିରେ ଗାଡିର ସ୍ପିଡ଼ ଘଣ୍ଟା ପିଛା ୪୦ କିମିରୁ ଅଧିକ ହେବ ନାହିଁ | ଶିଶୁମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ମୋଟରଯାନ ନିୟମର ଧାରା ୧୨୯ ରେ ଏଥିପାଇଁ କେତେକ ସଂଶୋଧନ କରାଯାଇଛି | କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଚିଠା ଗାଇଡଲଇନ୍ସ ରୁ ଜଣାପଡିଛି ଯେ ୪ ବର୍ଷରୁ କମ ବୟସ ଶିଶୁଙ୍କୁ ବାଇକରେ ନେବାକୁ ହେଲେ ସୁରକ୍ଷା ଉପକରଣ ବ୍ୟବହାର କରି ଚାଳକଙ୍କ ସହିତ ଶିଶୁଙ୍କୁ ଯୋଡିବାକୁ ପଡିବ | ଶିଶୁଙ୍କୁ ହେଲମେଟ ପିନ୍ଧାଇବାକୁ ହେବ | ୯ ମାସରୁ ଆରମ୍ଭ କରି ୪ ବର୍ଷର ବୟସର ଶିଶୁଙ୍କୁ ବାଇକରେ ନେବା ବେଳେ ସେମାନଙ୍କୁ ଏଭଳି ହେଲମେଟ ପିନ୍ଧାଇବାକୁ ପଡିବ ଯାହା ସେମାନଙ୍କ ମୁଣ୍ଡ ସହିତ ଠିକ ଭାବେ ଫିଟ ହୋଇ ରହୁଥିବା | ସେଥିରେ ବିଆଇ ଏସ ମାର୍କ ରହିଥିବା ଦରକାର | ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ମଙ୍ଗଳବାର ସୋସିଆଲ ମେଡିଆରେ ସୂଚନା ଦେଇଛନ୍ତି | ଛୋଟ ପିଲାଙ୍କ ହେଲମେଟ ହାଲୁକା ଓ ୱାଟରପ୍ରୁଫ ହେବା ଦରକାର | ହେଭି ନାଇଲନ ଅଥବା ମଲ୍ଟି ଫିଲମେ ଟ ନେଇଲାନରେ ତାହା ତିଆରି ହୋଇଥିବା ଦରକଇ ଓ ସେଥିରେ ମଜବୁତ ଫୋମ ଲଗାଇବା ଜରୁରୀ | ସୁରକ୍ଷା ଉପକରଣ ଏଭଳି ଶକ୍ତ ହେବ ଦରକାର ଯାହା ୩୦ କିଲୋ ପର୍ଯ୍ୟନ୍ତ ଓଜନର ଝଟକାକୁ ସହ୍ୟ କରିପାରିବ | ଏହି ଚିଠା ଗାଇଡଲଇନ୍ସ ଉପରେ ସରକାର ଅଂଶୀଦାରମାନଙ୍କ ମତାମତ ଆହ୍ୱାନ କରିଛନ୍ତି | ମତାମତ ମିଳିବା ପରେ ସେଗୁଡିକୁ ବିଚାରକୁ ନେଇ ଗାଇଡଲଇନ୍ସକୁ ଚୂଡାନ୍ତ ରୂପ ପ୍ରଦାନ କରାଯିବ | ତାହାକୁ ସରକାର ମଂଜୁର କଲେ ତାହା ନିୟମରେ ପରିଣତ ହୋଇଯିବ | ଥରେ ଏହି ନିୟମ ଲାଗୁ ହେଲେ ଯେଉଁମାନେ ତାହାର ଉଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

Breaking News