ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନର କନ୍ଦାହାର ବିମାନବନ୍ଦରରେ ୩ଟି ରକେଟ୍ ମାଡ କରାଯାଇଥିବା ସୂଚନା ମିଳିଛି। ଏହାପରେ ବିମାନବନ୍ଦରରୁ ସମସ୍ତ ଉଡ଼ାଣ ରଦ୍ଦ କରାଯାଇଛି। ସେଥିମଧ୍ୟରୁ ଦୁଇଟି ରନୱେରେ ମାଡ ହୋଇଛି। ଏହି ଆକ୍ରମଣ ପଛରେ ତାଲିବାନର ହାତ ଥିବା କୁହାଯାଉଛି। କନ୍ଦାହାର ବିମାନବନ୍ଦର ଅଧିକାରୀ ରକେଟ୍ ମାଡ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି । ବିମାନ ବନ୍ଦର ମୁଖ୍ୟ ମସୁଦ ପସ୍ତୁନ କହିଛନ୍ତି, ଦକ୍ଷିଣ ଆଫଗାନିସ୍ତାନର କନ୍ଦାହାର ବିମାନବନ୍ଦରରେ ଅତି କମରେ ତିନିଟି ରକେଟ ଆକ୍ରମଣ ହୋଇଛି। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଆଫଗାନିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ବିବାଦ ଜାରି ରହିଛି। ତାଲିବାନ ଗତ କିଛି ଦିନ ମଧ୍ୟରେ ଆକ୍ରମଣକୁ ତୀବ୍ର କରିଛି। ତାଲିବାନ ବର୍ତ୍ତମାନ ଆଫଗାନିସ୍ତାନ ସେନା ଅଧୀନରେ ଥିବା କନ୍ଦାହାରକୁ କାବୁ କରିବାକୁ ଚେଷ୍ଟା କରୁଛି। କନ୍ଦାହାର ଏପର୍ୟ୍ୟନ୍ତ ଆଫଗାନିସ୍ତାନ ସରକାରଙ୍କ ଅଧୀନରେ ଅଛି | କିନ୍ତୁ ତାଲିବାନ ଦଖଲ କରିବାକୁ ଚେଷ୍ଟା କରୁଛି। ଆଫଗାନିସ୍ତାନର ଏକ ଗୁରୁତ୍ୱପୂର୍ଣ୍ଣ ସହର ହେଉଛି କନ୍ଦାହାର। ତାଲିବାନ ଗତ କିଛି ଦିନ ହେବ ଏଠାରେ ଆକ୍ରମଣକୁ ଜୋରଦାର କରିଛି। ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଉଛି। ପରିସ୍ଥିତି ଏପରି ଯେ ଲୋକମାନେ ନିଜ ଘର ଛାଡି ଶରଣାର୍ଥୀ ଶିବିରରେ ରହିବାକୁ ବାଧ୍ୟ ହେଉଛନ୍ତି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……